ଟିକା ପାଇଁ ଷ୍ଟକ୍‌ ବଜାରରେ ଉତ୍ସାହ

ନୂଆଦିଲ୍ଲୀ: କରୋନା ଟିକା ପାଇଁ ଆଶା ଉଜ୍ଜୀବିତ ହେବାରେ ଲାଗିଛି। କରୋନା ଟିକାର ଆଶା ଉଜ୍ଜିବୀତ ହେବା ଫଳରେ ଏସିଆର ଷ୍ଟକ୍‌ ବଜାରରେ ଆଜି ବଡ଼ ଧରଣର ଉତ୍ସାହ ଦେଖିବାକୁ ମିଳିଛି। ଏଥିସହିତ ଜାପାନ ଅର୍ଥନୀତିରେ ସୁଧାର, ଚୀନରେ ଶିଳ୍ପ ଉତ୍ପାଦନ ଆଶାଠାରୁ ଭଲ ରହିବା ଏବଂ ୧୫ଟି ଦେଶ ମଧ୍ୟରେ ଗତକାଲି ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଭାଗିତା (ଆର୍‌ସିଇପି) ସ୍ବାକ୍ଷର ହେବା ଆଦି କାରଣରୁ ଷ୍ଟକ୍ ମାର୍କେଟ ଗୁଡ଼ିକ ଆଜି ଉପରକୁ ଉଠିଛି। ଜାପାନର ନିକେଇ ଆଜି ୨୯ ବର୍ଷର ସର୍ବୋଚ୍ଚ ସ୍ତରରେ କାରବାର ହୋଇଛି। ସେହିଭଳି ଦକ୍ଷିଣ କୋରିଆର କୋସ୍‌ପି ୨୦୧୮ ପ୍ରାରମ୍ଭରୁ ସର୍ବାଧିକ ସ୍ତରରେ, ଅଷ୍ଟ୍ରେଲିଆର ଏଏସଏକ୍ସ ୨୦୮ ଗତ ୮ ମାସର ସର୍ବୋଚ୍ଚ ସ୍ତର ଛୁଇଁଛି। ଭାରତରେ ସେନ୍‌ସେକ୍ସ ମଧ୍ୟ ଆଜି ୧୯୪ ପଏଣ୍ଟ ବୃଦ୍ଧି ପାଇ ରେକର୍ଡ ୪୩୬୩୭ ପଏଣ୍ଟରେ ଏବଂ ନିଫ୍‌ଟି ୬୦ ପଏଣ୍ଟ ବୃଦ୍ଧି ପାଇ ୧୨୭୮୦ ପଏଣ୍ଟରେ ପହଞ୍ଚିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ