ଛତ୍ରପୁର ଠାରେ କେନ୍ଦ୍ରିୟ ବିଦ୍ୟାଳୟ ହୋଇଥିବା ରୁ ବିଜେପି ପକ୍ଷରୁ କୃତଜ୍ଞତା ଜ୍ଞାପନ

ଛତ୍ରପୁର,(ଦେବଦତ୍ତ ମହାରଣା) : ଭାରତୀୟ ଜନତା ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀ ର କୋର କମିଟିର ବୈଠକ ଯୁବନେତା ପ୍ରଶାନ୍ତ କୁମାର କରଙ୍କ ସଭାପତିତ୍ୱରେ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବାସୀଙ୍କ ଦୀର୍ଘ ୨୦ବର୍ଷର ଦାବୀ ଓ ସ୍ୱପ୍ନ ଛତ୍ରପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ହୋଇଥିବାରୁ ବିଜେପି ପକ୍ଷରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି , କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲ।। ଏହି ବୈଠକରେ ଛତ୍ରପୁର ମଣ୍ଡଳ ସଭାପତି ସଂଜିତ୍ କୁମାର ରାଉଳ, ପ୍ରଭାରୀ ଲକ୍ଷ୍ମୀନାରାୟଣ ପଣ୍ଡା, କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ଭିକାରିପଲ୍ଲୀ ମଣ୍ଡଳ ସଭାପତି ପଦ୍ମଚରଣ ପରିଡା, ଟାଙ୍ଗଣାପଲ୍ଲୀ ମଣଣ୍ଡଲ ସଭାପତି ବିଦ୍ୟାଧର ନାହାକ , ଭିକାରୀପଲ୍ଲୀ ଓ କଣମଣା ମଣ୍ଡଳ ପ୍ରଭାରି ପ୍ରଦୀପ କୁମାର ପାଢି, ବିଜୟ ମୁଦୁଲି, ସୁରେନ୍ଦ୍ର ସେଠୀ. ଅମରେଶ କୁମାର ମହହାରଣା, ଡି.ସୁରେଶ ରେଡ୍ଡି, ପି.ଚନ୍ଦ୍ରଶେଖଖର ରାଓ, ପି.ତ୍ରିପତି ରାଓ, ବସନ୍ତ କୁମାର ବେହେରାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ପ୍ରତି ମଣ୍ଡଳରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରିବା ପାଇଁ ସଂଚାଳନ ସମିତି ଗଠନ କରାଯାଇଥିବା ଏକ ପ୍ରେସ ବିବୃତିରେ ଆଇନଜିବୀ ତଥା ବିଜେପି ନେତା ପ୍ରଦୀପ କୁମାର ପାଢୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ