ସରକାରୀ ଜମି ଜବରଦଖଲମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ସରକାରୀ ଜମିକୁ ଜବରଦଖଲ କରାଯାଇଥିବାରୁ ସେହି ଜମିକୁ ଜବରଦଖଲମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରାଯାଇଛି । ଅଭିଯୋଗ ଅନୁଯାଇ ମାର୍ଶାଘାଇ ତହସିଲ ଅନ୍ତର୍ଗତ ଯମପଡା ଗ୍ରାମର ସ୍ୱର୍ଗତ କାଳନ୍ଦି ଚରଣ ନାୟକଙ୍କ ପତ୍ନୀ ସଂଯୁକ୍ତା ନାୟକ ମଙ୍ଗଳବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଯମପଡା ମୈାଜାର ପ୍ଲଟ ନମ୍ବର ୧୧୩୦ ଉପରେ ତାଙ୍କ ପରିବାର ଦୀର୍ଘବର୍ଷ ଧରି ବସବାସ କରିଆସୁଛନ୍ତି । ସେହି ପ୍ଲଟର ଉଭୟ ପାଶ୍ୱର୍ରେ ରହିଆସୁଥିବା ନିମାଇଁ ଚରଣ ପରିଡାଙ୍କ ପୁଅ ନିଗମାନନ୍ଦ ପରିଡା ଓ ଗୁରୁଚରଣ ପରିଡାଙ୍କ ପୁଅ ସୁଧାକର ପରିଡା ଜମିଜମା ଘଟଣାକୁ କେନ୍ଦ୍ରକରି ସଂଯୁକ୍ତାଙ୍କୁ ବିଭିନ୍ନ ସମୟରେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଛନ୍ତି । ଉଭୟ ଗ୍ରାମରାସ୍ତାକୁ ଲାଗିଥିବା ସରକାରୀ ଜମିକୁ ଜବରଦଖଲ କରି ସେହି ଜବରଦଖଲ ଜମି ଉପରେ ସିମେଂଟ ନିର୍ମିତ ପାଚେରୀ, ପାଇଖିନା ଓ ଚାଳଘର ପ୍ରଭୃତି କରିଥିବା ସଂଯୁକ୍ତା ଅଭିଯୋଗ କରିଛନ୍ତି । ସେ ଏସମ୍ପର୍କରେ ମାର୍ଶାଘାଇ ତହସିଲଦାରଙ୍କୁ ଅଭିଯୋଗ କରିଥିଲେବି କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ନିକଟରେ ସଂଯୁକ୍ତା ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ