ଅଙ୍ଗନୱାଡି କେନ୍ଦ୍ରର କୁନି କୁନି ପିଲାମାନଙ୍କୁ ସ୍ବିଏଟର ବଣ୍ଟନ
ଜଗତସିଂହପୁର, (ଅନସୂୟା ରାଉତ):ଆଜି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ଅଧ୍ଯୟନ ରତ କୁନି କୁନି ପିଲାମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଏହି ଜନହିତକର କାର୍ଯ୍ୟ କରାଯାଇଛି। ଉଭୟ ସରକାର ଜାଣିଛନ୍ତି ଅଙ୍ଗନୱାଡି କେନ୍ଦ୍ରରେ ଅଧ୍ଯୟନ ରତ କୁନି କୁନି ପିଲାମାନେ ଗରିବ ମଧ୍ୟବିତ୍ତ ପରିବାରର ଅଟନ୍ତି । ଏଣୁ କୋଭିଡ୍ ଓ ଶୀତକୁ ଆଖି ଆଗରେ ରଖି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରି ଜନସାଧାରଣଙ୍କ ହୃଦୟକୁ ସ୍ପର୍ଶ କରିଥିବା ଆଲୋଚ୍ଯ ବିଷୟ ପାଲଟିଛି । ଅତିତରେ ମଧ୍ୟ ଏହି ପିଲାମାନଙ୍କୁ ଅଣ୍ଡା ରନ୍ଧା ଖାଦ୍ୟ ଓ ଖସାଲଡୁ ଇତ୍ଯାଦି ପ୍ରଦାନ କରିଥିଲେ । ଗର୍ଭବତୀ ମହିଳାଙ୍କ ପାଇଁ ଛତୁଆ ହରଡ ଡାଲି ପ୍ରଭୃତି ପ୍ରଦାନ କରିଥିଲେ ।


