ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ଜୟନ୍ତୀ
ନାଉଗାଁ,(ଓ୍ବାଇଏନଏସ):ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ଜୟନ୍ତୀ ଅବସରରେ ସଂଗ୍ରାମ ଜେନାଙ୍କ ସ୍ମୃତି କମିଟି ପକ୍ଷରୁ ନାଉଗାଁ ବ୍ଳକରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା। ଜିଲା ଯୁବ କଂଗ୍ରେସ ସଭାପତି କୁମାର ପ୍ରିତମ ପରିଜାଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ଛାତ୍ର ଉପସଭାପତି ସୁନିଲ କୁମାର ମାଟିଆ ଯୋଗ ଦେଇ ସ୍ୱର୍ଗତ ଜେନାଙ୍କ ସାମାଜିକ ଓ ରାଜନୈତିକ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗତ ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମହାବିଦ୍ୟାଳୟର ଗ୍ରନ୍ଥାଗାରକୁ ୪୦ରୁ ଅଧିକ ବିଜ୍ଞାନ ପୁସ୍ତକ ପ୍ରଦାନ କରାଯାଇଥିଲା। ପରେ ବ୍ଳକଛକସ୍ଥିତ ଜରାଶ୍ରମରେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୌଭାଗ୍ୟ ରଂଜନ ଜେନା,ମନୋଜ ନାୟକ,କୃପାସିନ୍ଧୁ ଦାସ, କୃତିବାସ ଦାସ,ଜିକୁନ ସ୍ୱାଇଁ,ରାକେଶ ସ୍ୱାଇଁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି,ସମାଜସେବୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।


