ବେସରକାରୀ ଜାଗାରେ ସରକାରୀ ରାସ୍ତା ନିର୍ମାଣ ପ୍ରତିବାଦରେ ଜିଲ୍ଲାପରିଷଦ କାର୍ଯ୍ୟାଳୟରେ ଅଭିଯୋଗ
ନାଉଗାଁ (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଗାରୋଇ(ଡାହାଣିଖିଆ) ଗ୍ରାମରେ ଏକ ଘରବାରି କିସମ ସ୍ଥିତିବାବ ଜାଗାରେ ସରକାରୀ ରାସ୍ତା ନିର୍ମାଣକୁ ନେଇ ଜମି ମାଲିକ ବିରୋଧ କରି ଜିଲ୍ଲାପରିଷଦ କାର୍ଯ୍ୟାଳୟର ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ହେଉଛନ୍ତି ଧର୍ମାନନ୍ଦ ପରିଡା। ଏହାର ଏକକିତା ନକଲ ମୁଖ୍ୟ ଶାସନ ସଚିବ,ଭୁବନେଶ୍ୱର ପଂଚାୟିତରାଜ ଓ ପାନୀୟ ଜଳ ବିଭାଗ, ଜିଲ୍ଲାପାଳ, ବିଡିଓ, ତହସିଲଦାର, ଥାନାଧିକାରୀଙ୍କ ଅବଗତ ନିମନ୍ତେ ପ୍ରେରଣ କରାଯାଇଛି। ଅଭିଯୋଗ ମୁତାବକ ଗାରୋଇ(ଡାହାଣିଖିଆ)କୁ ଜିଆଇଏ ଯୋଜାନରେ ଡାହାଣିଖିଆ ଗ୍ରାମ୍ୟ ରାସ୍ତାରୁ ରୋହିତ ପରିଡା ଘର ପର୍ଯ୍ୟନ୍ତ ସରକାରୀ ରାସ୍ତା ନିର୍ମାଣ ପାଇଁ ପ୍ରକଳ୍ପ ଆସିଛି। ଏହି ରାସ୍ତାକୁ ଗାରୋଇ ମୌଜା ଖାତା ନମ୍ବର-୯୭୦ର ଘରବାରି ପ୍ଲଟ ନଂ-୩୪୫୬/୩୯୬୮ ଏବଂ ୩୪୫୭/୩୯୭୧ରେ ନିର୍ମାଣ ପାଇଁ ଯୋଜନା କରାଯାଉଛି। ଏହି ଦୁଇଟି ପ୍ଲଟରେ ତାଙ୍କର ଜାଗା ରହିଥିବା ସେ ଅଭିଯୋଗରେ ଦର୍ଶାଇବା ସହିତ ରାସ୍ତା ନିର୍ମାଣକୁ ବନ୍ଦ କରିବା ପାଇଁ ଅଭିଯୋଗରେ ନିବେଦନ କରିଛନ୍ତି।


