ବାଲିଗୁଡାରେ ନିର୍ମିତ ହୋଇଥିବା ମଶାଣି ଘାଟରେ ତାଲା ଝୁଲୁଛି :କାମରେ ଆସିବ କେବେ ?

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିିତ ଅଂଚଳ ପରିଷଦରେ ରହିଛି ତିନିଟି ମଶାଣି। ଗୋଟିଏ ୧୩ ନମ୍ବର ୱାର୍ଡ଼ ସୁନାପାଙ୍ଗାରେ, ଆଉ ଗୋଟିଏ ୫ ନମ୍ବର ୱାର୍ଡ଼ କଟାରୀ ସାହିରେ ଅବସ୍ଥିତ। ଅନ୍ୟଟି ୧୨ ନମ୍ବର ୱାର୍ଡ଼ରେ ରହିଛି। ୧୨ ନଂ ୱାର୍ଡ଼ରେ ଥିବା ମଶାଣି, ଯାହାକି ବାଲିଗୁଡ଼ା କଲେଜ ଘାଟି ଉପରେ ଅବସ୍ଥିତ, ଏହି ମଶାଣି ଘାଟ କିଛି ଦିନ ତଳେ ପ୍ରାୟ ୧୭ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ନୂତନ ଭାବେ ନିର୍ମିତ ହୋଇଛି। କିନ୍ତୁ ମଶାଣି ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ମଶାଣି ଘାଟରେ ଥିବା ଦୁଇଟି ଫାଟକରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଫଳରେ କାମ ହେବା ପରଠାରୁ ଏହି ମଶାଣି କୌଣସି କାର୍ଯ୍ୟରେ ଲାଗୁନି, ଅର୍ଥାତ ଗୋଟିଏ ବି ଶବ ଦାହ କରାଯାଇ ନାହିଁ। ତାଲା ପଡ଼ି ରହୁଥିବା ହେତୁ ଲୋକେ ବାଧ୍ୟ ହୋଇ ରାସ୍ତା କଡ଼ରେ ଶବଦାହ କରି ଆସୁଥିବା ଦେଖିବାକୁ ମିଳିଛି। ତେବେ ଏହାକୁ ନେଇ ଶବଦାହ କରୁଥିବା ଜନସାଧାରଣ ବିରକ୍ତି ଭାବ ପ୍ରକାଶ କରୁଛନ୍ତି। ଏହି ବାବଦରେ ବାଲିଗୁଡ଼ା ଉପଜିଲ୍ଲାପାଳ ତଥା ଏନ୍ଏ‌ସିର କାର୍ଯ୍ୟନିବାର୍ହୀ ଅଧିକାରୀ ଡ.ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରୁ ସେ ଏବାବଦରେ ଜାଣି ନଥିବା କହିଛନ୍ତି। ଏହା କିଭଳି ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।ସେହି ଭଳି ଅନ୍ୟ ଦୁଇଟି ମଶାଣି ଅବସ୍ଥା ମଧ୍ୟ ଶୋଚନୀୟ। କଟାରୀ ସାହିରେ ଥିବା ମଶାଣି ଘାଟରେ ପାଣି ଓ ଆଲୁଅ ସୁବିଧା ନାହିଁ। ପାଣି ନଥିବା ହେତୁ କିଛି ବାଟ ଚାଲିଯିବା ପରେ ଏକ ନଳକୂପରୁ ପାଣି ଆଣି ଶ୍ମଶାନ କାର୍ଯ୍ୟ କରାଯାଏ। ଅନ୍ୟପଟେ ଏହି ମଶାଣିର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏହା ସଂପୂର୍ଣ୍ଣ ଭାବେ ଜଙ୍ଗଲିଆ ହୋଇ ପଡ଼ିଛି। ଅନାବନା ଗଛ ବଢ଼ିଯିବା ଫଳରେ ଶବଦାହ ସୁବିଧା ହେଉନାହିଁ। ସୁନାପାଙ୍ଗା ମଶାଣିରେ କୂଅ, ଅଛି କିନ୍ତୁ ପାଣି ନାହିଁ ଓ ସେହି ଆଖ ପାଖରେ ପାଣିର ବ୍ୟବସ୍ଥା ମଧ୍ୟ ନାହିଁ। ଏଣୁ ପ୍ରଶାସନ ପକ୍ଷରୁ ସହରରେ ମଶାଣି ଘାଟର ପୁନରୁଦ୍ଧାର କରାଯିବାକୁ ଦାବି ହୋଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ