ଗାୟତ୍ରୀ ପରିବାର ପକ୍ଷରୁ ଗୋଷ୍ଟମୀରେ ଗୋ ପୂଜନ ଓ କରୋନା ଯୋଦ୍ଧାଙ୍କୁ ସମ୍ମାନିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ରବିବାର ଗୋଷ୍ଟମୀ ଉପଲକ୍ଷେ ଗାୟତ୍ରୀ ପରିବାର ପକ୍ଷରୁ ପୁରୁଷୋତମପୁର ବ୍ଳକ ତଥା ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମ ମହାରଣା ତୋଟା ଗୋଶାଳାରେ କୋଭିଡ଼ କଟକଣା ପାଳନ ସହ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ହିଞ୍ଜିଳିକାଟୁ ବ୍ଳକର ବହୁ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା । ଗାୟତ୍ରୀ ପରିବାର ବ୍ରହ୍ମପୁର ଉପଜୋନ ସଂଯୋଜକ ଡ଼ଃ. ବୃନ୍ଦାବନ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଯୋଗ ଦେଇଥିଲେ । ଉକ୍ତ ଉତ୍ସବରେ ୯କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବା ସହ ଗୋଶାଳାରେ ରହିଥିବା ଶତାଧିକ ଗାଇ ମାନଙ୍କୁ ଆଳତି ପ୍ରଦାନ ପୂର୍ବକ ପୂଜା କରାଯାଇଥିଲା । ମହାଯଜ୍ଞରେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ପୂର୍ବକ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା । ଶାନ୍ତିକୁଞ୍ଜ ହରିଦ୍ୱାରର ପ୍ରତିନିଧି ରବିନ୍ଦ୍ର କୁମାର, ପ୍ରଜ୍ଞାନନ୍ଦ ମିଶ୍ର, ସନ୍ତୋଷ କୁମାର ମହାନ୍ତି, ଅଶୋକ ମହାନ୍ତି ପ୍ରମୁଖ ହୋମଯଜ୍ଞ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗାୟତ୍ରୀ ପରିବାରର ବରିଷ୍ଟ ସଦସ୍ୟ ସଞ୍ଜୟ ମହାରଣା, ଅଜୟ ମହାରଣା, ବିନୟ ମହାରଣା ଓ ଚିନ୍ମୟ ମହାରଣା ଆଗାମୀ ଦିନରେ ସଂପୃକ୍ତ ଗୋଶାଳାର ଅଭିବର୍ଦ୍ଧନ ନିମନ୍ତେ ବ୍ୟକ୍ତିଗତ ଜମି ପ୍ରଦାନ କରିବା ସକାଶେ ସଂକଳ୍ପ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ହିଞ୍ଜିଳିକାଟୁ ବ୍ଳକର ବହୁ ଗଣମାଧ୍ୟମ ପ୍ରତିନିଧି, ପୁଲିସ ପ୍ରଶାସନ, ବରିଷ୍ଟ ଚିକିତ୍ସକ ଡ଼ାକ୍ତର ମାଧବ କୁମାର ସାହୁ, ବହୁ ଅଙ୍ଗନୱାଡ଼ି ଓ ଆଶା କର୍ମୀ ମାନଙ୍କୁ ଉପଢୈକନ ଓ ମାନପତ୍ର ପ୍ରଦାନ ପୂର୍ବକ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅନ୍ନଯଜ୍ଞର ଆୟୋଜନ କରାଯିବା ସହ ନିକଟସ୍ଥ ଅଂଚଳର ବହୁ ଭକ୍ତ ଅଂଶ ଗ୍ରହଣ କରିଥିଲେ । ହିଞ୍ଜିଳିକାଟୁ ଗାୟତ୍ରୀ ପରିବାରର ସଦସ୍ୟ ମାନେ କାର୍ଯ୍ୟକ୍ରମ ।ଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ