ବିଡିଓଙ୍କୁ ର୍ଦୁବ୍ୟବହାର ଘଟଣାରେ ଜଣେ ଗିରଫ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକର ବିଡିଓଙ୍କ ଅଫିସ ଭିତରେ ପସି ଗାଳିଗୁଲଜ କରିବା ଘଟଣାରେ ନନ୍ଦିପଦା ପୁଲିସ ଆଜି ତେନ୍ତୁଲିନଣ୍ଡାର ଅମରେଶ ଜେନା ନାମକ ଜଣେ ଯୁବକକୁ ଗିରଫ କରିଛି । ଅମରେଶ ଦୁଇଦିନ ପୁର୍ବରୁ ବ୍ଲକକୁ ଆସି ସେ କାହିଁକି ଘର ନପାଇଲା ବୋଲି ବିଡିଓଙ୍କୁ ପଚାରିଥିଲେ । ବିଡିଓ ତୁମ ବାପା ଜଣେ ସରକାରି କର୍ମଚାରି ତେଣୁ ତୁମକୁ ଘର ମିଲିପାରିବ ନାହିଁ ବୋଲି କହିବାରୁ ସେ ବିଡିଓଙ୍କୁ ଧମକ ଦେଇ ଯାଇଥିବାବେଳେ ଗତକାଲି ସୁଧାଶୁଂଙ୍କୁ ସାଙ୍ଗରେ ଧରି ଆସି ବିଡିଓଙ୍କୁ ଗାଳି ଗୁଲଜ କରାଇଥିଲା ବୋଲି ବିଡିଓ ଥାନାରେ ଅଭିଯୋଗ କରିଥିଲେ । ଏନେଇ ନନ୍ଦିପଦା ଥାନାରେ କେସନଂ୯୨/୨୦୧୯ରେ ଏକ ମାମଲା ରୁଜୁ କରାଯିବା ସହ ଆଜି ଅମରେଶକୁ ଗିରଫକରି କୋର୍ଟ ଚାଲାଣ କରିଛନ୍ତି । ସେହିପରି ମୁଖ୍ୟ ଅଭିଯୁକ୍ତ ସୁଧାଶୁଂ ଆଜି ଛେନାପଦିଛକରେ ପୁଲିସକୁ ଚକମା ଦେଖାଇ ଫେରାର ହୋଇଯାଇଛି । ସୁଧାଶୁଂ ବାଇକରେ ଯାଉଥିବାବେଳେ ପୁଲିସ ତାକୁ ଧରିବାକୁ ଚେଷ୍ଟା କରିବାରୁ ସେ ଦ୍ରୁତ ଗତିରେ ଖସି ପଳାଇବାରେ ସକ୍ଷମ ହୋଇଥିଲା ।


