ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନ୍‌ଲାଇନ୍ ସଚେତନତା ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କୋର୍ଟ ପରିସରେ ମୌଳିକ ଜିଲ୍ଲା କୋର୍ଟ ପରିସରରେ ମୌଳିକ କର୍ତ୍ତବ୍ୟ ଉପରେ ଏକ ଅନଲାଇନ ସ୍ତରୀୟ ସଚେତନତା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣର ସଚିବ ବ୍ୟୋମକେଶ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅନ୍‌ଲାଇନସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ଉପଖଣ୍ଡିୟ ବିଚାର ବିଭାଗୀୟ ଅଧିକାରୀ ଚନ୍ଦ୍ରହାସ ବେହେରା ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗ ଅଧିକାରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀଙ୍କ ସମେତ ସମସ୍ତ ଆଇନଜିବୀ ଓ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ ଓ ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଅନ୍‌ଲାଇନ୍ ମାଧ୍ୟମରେ ଯୋଗଦେଇଥିଲେ । ଜିଲ୍ଲା ପ୍ରାଧିକରଣ ପକ୍ଷରୁ ଏହି ଶିବିରରେ ପ୍ରାଧିକରଣ ସଚିବ ଶ୍ରୀ ନାୟକ ସମ୍ବିଧାନରେଥିବା ନାଗରିକର ମୌଳିକ କର୍ତ୍ତବ୍ୟ ଉପରେ ଆଲୋକ ପାତ କରିଥିଲେ । ଏହା ବ୍ୟତୀତ ଜେଏମ୍‌ଏଫସି ମଧ୍ୟ ସମ୍ବିଧାନରେଥିବା ୧୧ଗୋଟି ମୌଳିକ କର୍ତ୍ତବ୍ୟ ଉପରେ ସଂକ୍ଷେପରେ ଆଲୋଚନା କରିଥିଲେ । ମୌଳିକ ଅଧିକାର ଯେପରି ସମସ୍ତ ନାଗରିକ ପାଇବା ଦରକାର ସେହିପରି ମୌଳିକ କର୍ତ୍ତବ୍ୟ ମଧ୍ୟ ସମସ୍ତ ନାଗରିକ ପାଳନ କରିବା ଉଚିତ ବୋଲି ସେ କହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣ କର୍ମଚାରୀମାନେ ସୂଚାରୁ ରୂପେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ