ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକ ଅବସରରେ ପ୍ରତିଯୋଗିତା

ଦିଗପହଣ୍ଡି , (ଯୁଗାବ୍ଦ ନ୍ୟୁଜ) : ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ ଗୁରୁବାର ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗି ମାନେ ଅଂଶ ଗ୍ରହଣ କରି ଜାତିର ପିତା ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କ ସ୍ମୃତି ଚାରଣ କରିବା ସହିତ ସମାଜ ପ୍ରତି ମହାତ୍ମା ଗାନ୍ଧୀଙ୍କ ସେବା ଏବଂ ଦିଗଦର୍ଶନ ସମ୍ପର୍କରେ ପ୍ରବନ୍ଧ ଏବଂ ବକୃତା ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ଉପସ୍ଥାପନ କରିଥିଲେ । ପ୍ରତିଯୋଗିତାରେ କୈଳାସ ଚନ୍ଦ୍ର ମହାପାତ୍ର, ଡ.ସିଏଚ୍.ସାନ୍ତା କୁମାରୀ, ଡ.ପୁଷ୍ପଲତା ସାହୁ, ତ୍ରିଲୋଚନ ରଇତ, ଜ୍ଞାନରଞ୍ଜନ ରେଡ୍ଡି ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ଜଜ୍ ଭାବେ ନିୟୋଜିତ ହୋଇ ଦାରଖ କରିଥିଲେ । ଛାତ୍ର ବି.ଶିବ, ଆଦିତ୍ୟନାରାୟଣ ପାଢୀ ଏବଂ ଛାତ୍ରୀ ଏସ୍.ପ୍ରମିଳା ଦୋରା ଏବଂ ସ୍ନେହଲତା ନାୟକ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିଲେ । ଗାନ୍ଧୀ ଜୟନ୍ତୀ ଦିବସ ପାଳନ ଦିନ ସେମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କୃତ କରାଯିବ ବୋଲି ସୂଚନା ମିଳିଛି । ସମସ୍ତ କାର‌୍ୟ୍ୟକ୍ରମକୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ