ଭାରତର ‘ଆପ୍‌ ନିଷିଦ୍ଧ ଆଦେଶ’ ବିଶ୍ୱ ବାଣିଜ୍ୟ ସଂସ୍ଥାନ ନିୟମ ଉଲ୍ଲଂଘନ କରୁଛି: ଚୀନ୍‌

ନୂଆଦିଲ୍ଲୀ: ଚୀନ୍‌ ନିର୍ମିତ ୪୩ରୁ ଅଧିକ ମୋବାଇଲ୍‌ ଫୋନ୍‌ ଆପ୍ଲିକେସନ୍‌ ନିଷେଧ କରିବା ଲାଗି ଭାରତର ନିଷ୍ପତ୍ତିକୁ ବୁଧବାର ଦିନ ଚୀନ୍‌ ବିରୋଧ କରିବା ସହ ଏହି ପଦକ୍ଷେପ ‘ବିଶ୍ୱ ବାଣିଜ୍ୟ ସଂସ୍ଥାନ’ (ଡବ୍ଲୁଟିଓ) ନିୟମ ଉଲ୍ଲଂଘନ କରୁଛି ବୋଲି ଯୁକ୍ତି ବାଢ଼ିଛି। ମଙ୍ଗଳବାର ଦିନ ଭାରତ ଚୀନ୍‌-ସୃଷ୍ଟ ଆପ୍‌ ଉପରେ ସଦ୍ୟ ନିଷେଧାଦେଶ ଜାରି କରିଛି। ମେ ମାସରୁ ଲଦାଖ ସେକ୍ଟର୍‌ର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସୀମା ବିବାଦ ଲାଗି ରହିବା ପରଠାରୁ ଏହାକୁ ମିଶାଇ ଭାରତ ଚାରି ଥର ଏଭଳି ପଦକ୍ଷେପ ଗ୍ରହଣ କରିଛି। ଏହାକୁ ମିଶାଇ ଭାରତ ସମୁଦାୟ ୨୬୭ଟି ଚୀନ୍‌-ସୃଷ୍ଟ ଆପ୍‌ ନିଷିଦ୍ଧ କରିଲାଣି। ଚୀନ୍‌ ଦୂତାବାସ ମୁଖପାତ୍ର ଜି ରୋଙ୍ଗ୍‌ କହିଛନ୍ତି, ଚୀନ୍‌ ପୃଷ୍ଠଭୂମି ଥିବା କେତେକ ମୋବାଇଲ୍‌ ଆପ୍‌କୁ ନିଷେଧ କରିବା ନିମନ୍ତେ ଭାରତ ବାରମ୍ବାର କରୁଥିବା ‘ଜାତୀୟ ନିରାପତ୍ତା’ ବାହାନାକୁ ଆମେ ଦୃଢ଼ ବିରୋଧ କରୁଛୁ। ‘ଡବ୍ଲୁଟିଓ’ ନିୟମ ଉଲ୍ଲଂଘନ କରୁଥିବାରୁ ଭାରତ ଏହାକୁ ପ୍ରତ୍ୟାହାର କରି ନେଉ ବୋଲି ଜି କହିଛନ୍ତି। ସେ କହିଛନ୍ତି, ଚୀନ୍‌ ସମେତ ବିଭିନ୍ନ ଦେଶର କମ୍ପାନିମାନଙ୍କୁ ନିମନ୍ତେ ଭାରତ ସମୁଚ୍ଚିତ, ନିରପେକ୍ଷ ଏବଂ ଭେଦଭାବ ରହିତ ବ୍ୟାବସାୟିକ ବାତାବରଣ ଯୋଗାଇ ଦେବ ବୋଲି ଆଶା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ