କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ: ପରାଜୟ ମାନିଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଶେଷରେ ତାଙ୍କର ନିର୍ବାଚନୀ ପରାଜୟକୁ ସ୍ବୀକାର କରିଛନ୍ତି ଏବଂ କ୍ଷମତା ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ୍‌ଙ୍କ ଏହି ନିଷ୍ପତ୍ତି ଆମେରିକା ପାଇଁ ବଡ଼ ଆଶ୍ବସ୍ତିର କାରଣ ହୋଇଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି। ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ ସହିତ କ୍ଷମତା ହସ୍ତାନ୍ତର ପାଇଁ ବିଭିନ୍ନ ସ୍ତରରେ ପ୍ରସ୍ତୁତି ତ୍ବରାନ୍ବିତ ହୋଇଛି। ଡେମୋକ୍ରାଟିକ୍‌ ନେତା ଜୋ ବାଇଡେନ୍‌ ୨୦ ଜାନୁଆରିରେ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିବେ। ତେବେ ଟ୍ରମ୍ପ୍‌ କହିଛନ୍ତି ଯେ କ୍ଷମତା ହସ୍ତାନ୍ତର ପରେ ମଧ୍ୟ ନିର୍ବାଚନରେ ହୋଇଥିବା ଜାଲିଆତି ବିରୋଧରେ ତାଙ୍କର ଲଢ଼େଇ ଜାରି ରହିବ। ଇତିମଧ୍ୟରେ ନବ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍‌ ତାଙ୍କର ଟିମ୍‌ ମଧ୍ୟ ଘୋଷଣା କରିସାରିଛନ୍ତି।ନିର୍ବାଚନ ଶେଷ ହେବାର ୨ ସପ୍ତାହ ପରେ ଟ୍ରମ୍ପ୍‌ ପରାଜୟ ସ୍ବୀକାର କରିବାକୁ ଏକ ପ୍ରକାର ବାଧ୍ୟ ହୋଇଥିବା କୁହାଯାଉଛି। ବିଭିନ୍ନ ରାଜ୍ୟ ଅଦାଲତରେ ନିର୍ବାଚନୀ ଜାଲିଆତି ନେଇ ଟ୍ରମ୍ପ୍‌ଙ୍କ ଆବେଦନ ଖାରଜ ହୋଇଯିବା ତାଙ୍କ ପାଇଁ ବଡ଼ ଝଟ୍‌କା ଥିଲା। ଗତକାଲି ଟ୍ରମ୍ପ୍‌ କ୍ଷମତା ହସ୍ତାନ୍ତର ପାଇଁ ମଂଜୁରି ଦେବାପରେ ଗଣତନ୍ତ୍ରପ୍ରେମୀମାନେ ଏହାକୁ ସ୍ବାଗତ କରିଛନ୍ତି ଏବଂ ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ବିବିଧତା କାଏମ ରହିଛି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ