ନିୟମଗିରି ପାରସାଳିରେ ମାଓ ପୋଷ୍ଟର ବ୍ୟାନର, ରାସ୍ତା ନିର୍ମାଣ କାରି ୨ ଠିକାଦାର ଙ୍କୁ ମୃତ୍ୟୁ ଦଣ୍ଡ ଓ ଦଳାଳୀଙ୍କୁ ଦଣ୍ଡ ଚେତାବନୀ

କଳାହାଣ୍ଡି,(ୱାଇଏନ୍ଏସ୍): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ଅଞ୍ଚଳ ସଦର ପଞ୍ଚାୟତ ପାରଶାଲି ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଗୋଟିଏ ବ୍ୟାନର ଓ ୨ଟି ମାଓ ପୋଷ୍ଟର ଲଗାଯାଇଛି ଦୀର୍ଘ ବର୍ଷ ପରେ ପୁଣି ମାଓପୋଷ୍ଟର ଲାଗିଛି, ଏଥିରେ ସିପିଆଇ ମାଓବାଦୀ ବାଘୁନା ଡିଭିଜନ ବଳି ଦର୍ଶାଯାଇଛି, ନିୟମଗିରି ଅଞ୍ଚଳରେ ଦୁଇଟି ରାସ୍ତା ନିର୍ମାଣ ଚାଲିଛି ପାରସାଲି ଠାରୁ ସାରିଝୋଲା ଓ ବୁଡୁଣି ଠାରୁ ଗୁମ୍ମା, ଏହି ୨ ରାସ୍ତା ଠିକାଦାର ଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ଓ ଦୁଇ ଦଳାଲିଙ୍କୁ ଦଣ୍ଡ ଦିଆଯିବ ବୋଲି ଧମକ ଦିଆଯାଇଛି। ବିଦେଶି କମ୍ପାନୀ ସ୍ୱାର୍ଥ ପାଇଁ ନିୟମଗିରି ଅଞ୍ଚଳରେ ରାସ୍ତା ନିର୍ମାଣ ଜରଜବର୍ଦସ୍ତ କାମ କରାଯାଉଛି , ଅଞ୍ଚଳବାସୀଙ୍କ ବିନା ମତାମତ କିମ୍ବା ବିନା ଗ୍ରାମସଭାରେ ରାସ୍ତା କରିବା କାରଣ କଣ ବଳି ପ୍ରଶ୍ନ କରାଯାଇଛି। ଆସନ୍ତା ଡ଼ିସେମ୍ବର ୨ ତାରିଖରୁ ୮ ପର୍ଯ୍ୟନ୍ତ ପିଏଲ୍ ଜିଏଲ୍ ଦିବସ ପାଳନ କରିବାକୁ ନିବେଦନ କରିଛନ୍ତି । ଏହି ସମ୍ପର୍କରେ କାହାର ପ୍ରତିକ୍ରିୟା ମିଳିପାରିନାହିଁ, ବର୍ତ୍ତମାନ ଅଞ୍ଚଳରେ ଭୟାବହ ରହିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ