ସ୍କାଏ ଫରେଷ୍ଟ

ବିଶ୍ୱରେ ଏମିତି କିଛି କାମ ନାହିଁ କି ଯାହା ସମ୍ଭବ ହୋଇପାରିବ ନାହିଁ । ଇଟାଲିର ଏକ ସହର ଏହାକୁ ସମ୍ଭବ କରି ଦେଖାଇଛି । ଇଟାଲିର ମିଲନ ସହରରେ ଗଗନଶ୍ଚୁମ୍ବି ଜଙ୍ଗଲ ରହିଛି । ଏକ ଅଟ୍ଟାଳିକା ଯାହା ଜଙ୍ଗଲ ସଦୃଶ ଦେଖିବାକୁ । ଭୂମିରେ ଛିଡ଼ା ହୋଇ ଦେଖିଲେ ଆକାଶଟା ଜଙ୍ଗଲ ସଦୃଶ ଦେଖାଯାଏ । ଶୁଣିଲେ ଏହା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ । ଏହି ଜାଗାରେ ଆକାଶରେ ପାଖାପାଖି ୨୦୦୦୦ ଗଛ ସହିତ ମିଶି ଏକ ସୁନ୍ଦର ‘ସ୍କାଏ ଫରେଷ୍ଟ’ ତିଆରି କରାଯାଇଛି । ଏହାକୁ ଭର୍ଟିକାଲ ଜଙ୍ଗଲ ମଧ୍ୟ କୁହାଯାଉଛି । ଏହି ଗଛ ଆକାଶରେ ନୁହେଁ କେବଳ ଉଚ୍ଚ ଉଚ୍ଚ ଗଗନଶ୍ଚୁମ୍ବି ଅଟ୍ଟାଳିକାର ବାଲକୋନିରେ ଲଗାଯାଇଛି । ଯାହାକୁ ଦୂରରୁ ଦେଖିଲେ ଏହା ଲାଗେ ଯେ ଏହା ଆକାଶରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ