ସଲମାନ୍, ଅମୀରଙ୍କୁ ପ୍ରଶଂସା କରନ୍ତିନି ପ୍ରଯୋଜକ
ନିଜର ଦମ୍ଦାର ଅଭିନୟ ପାଇଁ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରାଯିବ । ଏହି ଖବର ବଲିଉଡ୍ ସହିତ ସମଗ୍ର ଦେଶରେ ଥିବା ପ୍ରଶଂସକମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇ ଦେଇଛି । ଅମିତାଭଙ୍କୁ ସଲମାନ୍ ଏବଂ ଅମୀର ପ୍ରଶଂସା କରିଥିବାବେଳେ ଏହି ଦୁଇ ଅଭିନେତାଙ୍କୁ କିନ୍ତୁ ଜଣେ ପ୍ରଯୋଜକ କେବେ ପ୍ରଶଂସା କରନ୍ତିନି । ଏକଥା ନିଜେ କହିଛନ୍ତି, ଅଭିନେତା ତଥା ପ୍ରଯୋଜକ କମଲ ରାସିଦ୍ ଖାନ୍ (କେଆର୍କେ) । ସବୁ ସମୟରେ ସୋସିିଆଲ ମିଡିଆରେ ଆକ୍ଟିଭ୍ ରହୁଥିବା କେଆର୍କେ ଟୁଇଟ୍ କରି କହିଛନ୍ତି, ମୁଁ ଅମିତାଭ, ଅନୀଲ କପୁର, ଶାହାରୁଖ୍, ସଞ୍ଜୟ ଦତ୍ତଙ୍କ ବଡ଼ ଫ୍ୟାନ୍ । କିନ୍ତୁ ସଲ୍ମାନ ଏବଂ ଅମୀରଙ୍କୁ କେବେ ପ୍ରଶଂସା କରେ ନାହିଁ । କେଆର୍କେଙ୍କ ଏହି ଟୁଇଟ୍କୁ କିଛି ୟୁଜର ପସନ୍ଦ କରିଥିବାବେଳେ ଆଉ କିଛି ଟ୍ରୋଲ୍ ମଧ୍ୟ କରିଛନ୍ତି ।


