ବନ୍ଦ ହେବ୧.୧୩ ଲକ୍ଷ ଏଟିଏମ
ଚଳିତ ମାସର ଅନ୍ତ ପର୍ୟ୍ୟନ୍ତ ଦେଶର ଅଧା ଏଟିଏମ ବନ୍ଦ ହେବାର ସମ୍ଭାବନା ରହିଛି । କଂଫେଡରେଶନ ଅଫ ଏଟିଏମ ଇଣ୍ଡଷ୍ଟ୍ରୀ ତରଫରୁ ଏହି ବିଷୟରେ ସୂଚନା ମିଳିଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଏଭଳି ହୋଇଥିବା କୁହାଯାଉଛି । ଦେଶରେ ପାଖାପାଖି ୨.୩୮ ଲକ୍ଷ ଏଟିଏମ ରହିଛି ଯେଉଁଥିରେ ପାଖାପାଖି ୧.୧୩ ଲକ୍ଷ ଏଟିଏମ ବନ୍ଦ ହୋଇ ପାରେ । ତେବେ ଏଟିଏମ ବନ୍ଦ ହେବା ଦ୍ୱାରା ହଜାର ହଜାର ଚାକିରୀ ଉପରେ ପ୍ରଭାବ ପଡିପାରେ ।
ସିଏଟିଏମଆଇ କହିଛି କି, ସହରାଚଂଳରୁ ବାହାରେ ଥିବା ଅଂଚଳ ଗୁଡିକରେ ଥିବା ଏଟିଏମ ଗୁଡିକ ବନ୍ଦ ରହିବ । ଏହା ଦ୍ୱାରା ଆର୍ଥିକ କାରବାର ବାଧାପ୍ରାପ୍ତ ହେବ । ତେବେ ଯଦି ଏଟିଏମ ଗୁଡିକରେ ନୂତନ କ୍ୟାଶ ଲଜିଷ୍ଟିକ୍ସ ଏବଂ କ୍ୟାସେଟ ସ୍ୱୈପ ପ୍ରଣାଳୀ ପରିରିବର୍ତନ କରାଗଲେ ଏଟିଏମ ଇଣ୍ଡଷ୍ଟ୍ରୀ ଉପରେ ୩ହଜାର କୋଟି ଟଙ୍କାର ବୋଝ ପଡିବ ।
ତେଣୁ ବ୍ୟାଙ୍କ ସାହାଯ୍ୟ କଲେ ଏହି ବୋଝ କମ ହେବ ବୋଲି ଅନୁମାନ କରାଯାଉଛି । ଯଦି ଏଟିଏମ ଡିପ୍ଲୋୟର୍ସ ବ୍ୟାଙ୍କ ଦ୍ୱାରା ଏହି କ୍ଷତିପୂରଣ ନମିଳେ ତେବେ ଏଟିଏମ ବନ୍ଦ କରିବା ପାଇଁ ପଡିବ ।