ଜିଲ୍ଲା ବିଜେଡି ସମ୍ପାଦକ ନିଯୁକ୍ତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକର ସାଂଗଠନିକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି । ଏହି କ୍ରମରେ ଭଦ୍ରକ ଜିଲ୍ଲା ବିଜୁ ଯୁବ ସଂଗଠନରେ ଦଳ ପକ୍ଷରୁ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ହୋଇଛି । ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ଯଶୋଟିକିରି ଗ୍ରାମର ବିରଞ୍ଚି ନାରାୟଣ ରାଉତ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି । ସେ ବିଜେଡି ଦଳର ଜଣେ ସକ୍ରିୟ କର୍ମୀ ହୋଇଥିବାବେଳେ ଦୀର୍ଘବର୍ଷ ହେବ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିଆସୁଛନ୍ତି । ତାଙ୍କର ଏହି ନିଯୁକ୍ତିକୁ ପଞ୍ଚାୟତ ଅଞ୍ଚଳରେ ସ୍ୱାଗତ କରାଯାଇଛି । ଶ୍ରୀ ରାଉତ ତାଙ୍କର ନୂତନ ନିଯୁକ୍ତିକୁ ନେଇ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ପ୍ରୟାସକାନ୍ତି ସାମଲ, ସର୍ବପରି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ