ବାଙ୍ଗୋର ସମବାୟ ସମିତିରେ ଧାନ ମଣ୍ଡି ଖୋଲିଲା; କୋଭିଡ ନିୟମ ମାନି ଧାନ କିଣିବାକୁ ନିଷ୍ପତି 

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ବାଙ୍ଗୋର ସେବାସମବାୟ ସମିତିରେ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ସହକାରୀ ଉପନିବନ୍ଧକ ତଥା ପ୍ରଶାସକ ବିଜୟ କୁମାର ହେମ୍ରମ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ହଦଗଡ ରାଜସ୍ୱ ନିରୀକ୍ଷକ ପୁରସ୍ତମ କୁଅଁର, ସମ୍ପାଦକ ସୁଶାନ୍ତ ମହାରଣା, ସମିତିର ପୁର୍ବତନ ସଭାପତି ବିଜୟ କୁମାର ରାଉତ, ଗ୍ରାମ୍ୟ କୃଷି କର୍ମଚାରୀ କାବେରୀ ମହାପାତ୍ର, ପିଇଓ ହୃଷିକେଶ ସିଂ, ଚାଷୀ ପ୍ରତିନିଧି ଅଭିମନ୍ୟୁ ନାୟକ, ଭଗବାନ ବିଶ୍ୱାଳ, ଜୟକୃଷ୍ଣ ସାହୁ, ଡିଇଓ ବିକାଶ ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ କିପରି ଚାଷୀମାନେ ସହଜ ଭାବରେ ଧାନ ବିକ୍ରୀ କରିପାରିବେ ସେନେଇ ଆଲୋଚନା କରିଥିଲେ । କୋଭିଡ କଟକଣା ଲାଗୁ ରହିଥିବା ହେତୁ ମଣ୍ଡିରେ ସାନିଟାଇଜ ବ୍ୟବସ୍ଥା, ସାମାଜିକ ଦୁରତା, ମାସ୍କ ପିନ୍ଧି ଧାନ କ୍ରୟ ବିକ୍ରୟ କରିବାକୁ ନିଷ୍ପତି ହୋଇଥିଲା । ଧାନ ବିକ୍ରୟ ସମୟରେ ଅଯଥା ଗହଳି ନକରିବା ସହିତ ମଣ୍ଡିରେ ଧାନ ବିକ୍ରୟ କରୁଥିବା ଚାଷୀ ସହିତ ମଣ୍ଡିର କର୍ମଚାରୀ, ମିଲର ପ୍ରତିନିଧି, ତଦାରଖ କରିବାକୁ ଆସିଥିବା ସରକାରୀ ଅଧିକାରୀ ମାନଙ୍କ ବ୍ୟତିତ ଅନ୍ୟକେହି ରହିବାକୁ ବାରଣ କରାଯାଇଥିଲା । ଚଳିତବର୍ଷ ମଣ୍ଡିରେ ଧାନ ବିକିବାପାଇଁ ୧୩୩୯ଜଣ ଚାଷୀ ନାମ ପଞ୍ଜିକୃତ କରିଥିବାବେଳେ ୧୩୦୮ ଜଣ ଚାଷୀଙ୍କ ନାମ ଭେରିଫାଏଡ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କ ଠାରୁ ୫୫ହଜାର ୪୪୩କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଛି । ଏଫଏକ୍ୟୁ ମାନର ଧାନ ଦର ୧୮୬୮ଟଙ୍କା ରଖାଯାଇଥିବାବେଳେ ଗ୍ରେଡ୧ ଧାନର ମୁଲ୍ୟ ୧୮୮୮ଟଙ୍କା ରଖାଯାଇଛି । ପ୍ରତି ସୋମବାର , ବୁଧବାର ଓ ଶୁକ୍ରବାର ଏଠାରେ ଧାନ କ୍ରୟ କରାଯିବ ବୋଲି ଦିନଧାର୍ଯ୍ୟ ହୋଇଛି । ସକାଳ ୮ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଧାନ କିଣାଯିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଏହି ସମିତିରେ ଧାନ ରଖିବାପାଇଁ କୌଣସି ଗୋଦାମଘର ନିର୍ମାଣ ହୋଇ ନଥିବାରୁ ପ୍ରତିବର୍ଷ ଚାଷୀମାନେ ଖୋଲା ଆକାଶ ତଳେ ଧାନ ପକାଇ ଦିନରାତି ଯଗି ବସୁଥିବାରୁ ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଗୋଦାମଗୃହ ନିର୍ମାଣ ପାଇଁ ସମିତିର ପୁର୍ବତନ ସଭାପତି ବିଜୟ ରାଉତ ଦାବି କରିଥିବାବେଳେ କାର୍ଯ୍ୟାଳୟ ଘର ଭାଙ୍ଗି ଯାଇଥିବାରୁ ଅଫିସ କାର୍ଯ୍ୟରେ ବାଧା ଉପୁଜୁଛି ବୋଲି ସମ୍ବାଦକ ମତ ଦେଇଛନ୍ତି । ତେଣୁ ତୁରନ୍ତ ଉକ୍ତ ସମବାୟ ସମିତି ପାଇଁ ନୁତନ ଘର ଓ ଗୋଦାମ ଘର ଯୋଗାଇ ଦେବାକୁ ସମବାୟ ସମିତିର ସଭ୍ୟମାନେ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ