ଗଜପତିରେ ଆଜି ମାତ୍ର ଜଣେ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତିରେ କରୋନା ସଂକ୍ରମଣ ଦିନକୁ ଦିନ ନିୟନ୍ତ୍ରିତ ହେବାରେ ଲାଗିଛି । ଆଜି ମାତ୍ର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଜଣକୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ସଂଖ୍ୟା ୩୯୩୪ରେ ପହଞ୍ଚିଛି । କେବଳ ପାରଳାଖେମୁଣ୍ଡି ସହରାଞ୍ଚଳରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଅନୁପମ ସାହା ଏହି ସୁଚନା ଦେଇଛନ୍ତି । ଚଳିତ ମାସ ପ୍ରାରମ୍ଭରୁ ହିଁ ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ଲକ୍ଷ୍ୟ କରାଯାଇଛି । ଗଜପତି ଜିଲ୍ଲା ପ୍ରଶାସନର ବିଭିନ୍ନ ସଚେତନ ମୁଳକ କାର୍ଯ୍ୟକ୍ରମ, ସାଧାରଣଙ୍କୁ ଆଗୁଆ ସୁଚନା ଦେବା ଏବଂ ଜନସାଧାରଣଙ୍କ ଠାରେ କରୋନାରୁ ଦୁରେଇ ରହିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଆଦି ଯୋଗୁଁ ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ହୋଇପାରିଛି ବୋଲି ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ