ନିସ୍ତବ୍ଧ ରାତିରେ ଏହି ମନ୍ଦିରରେ କଥାବାର୍ତ୍ତା ହୁଅନ୍ତି ମୂର୍ତ୍ତି

ବିଜ୍ଞାନ ଯୁଗରେ କୌଣସି କଥା ଅସମ୍ଭବ ନୁହେଁ । ତେବେ ମନ୍ଦିରରେ ମୂର୍ତ୍ତିଗୁଡିକ ମଣିଷ ପରି କଥା କହୁଥିବା ଶୁଣିଲେ ବିଶ୍ୱାସ ହୋଇ ନ ଥାଏ । ବିହାର ବସ୍ତାରଠାରେ ଥିବା ରାଜ ରାଜେଶ୍ୱରୀ ତ୍ରିପୁରା ସୁନ୍ଦରୀ ମନ୍ଦିରରେ ଏଭଳି ଘଟଣା ଘଟିଥାଏ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ୪ ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ମୂର୍ତ୍ତିଗୁଡିକ ମଣିଷ ପରି କଥାବାର୍ତ୍ତା ହୋଇଥାନ୍ତି । ନିସ୍ତବ୍ଧ ରାତିରେ ମନ୍ଦିରରେ ମୂର୍ତ୍ତିଗୁଡିକ କଥା ହେଉଥିବାର ଶବ୍ଦ ବାହାରକୁ ଶୁଣାଯାଏ । ମଧ୍ୟରାତ୍ରିରେ ଏହି ମନ୍ଦିର ବାଟରେ ଯାଉଥିବା ଲୋକେ ଏହା ଶୁଣିଥାନ୍ତି । ତେଣୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିରରେ କେହି ରୁହନ୍ତି ନାହିଁ । ମନ୍ଦିରରେ ଭକ୍ତଙ୍କ ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ମନ୍ଦିରର ଏହି ରହସ୍ୟ ନେଇ ଅନେକ ଗବେଷଣା ହୋଇଛିୟ କିନ୍ତୁ ମନ୍ଦିରରୁ ନିସ୍ତବ୍ଧ ରାତିରେ କଥା କହୁଥିବା ଶବ୍ଦ କିପରି ସୃଷ୍ଟି ହେଉଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ