ଏମିତି ଏକ ଏୟାରପୋର୍ଟ, ଦେଖିବାକୁ ଅନ୍ତରୀକ୍ଷ ଯାନ ସଦୃଶ
ବିଶ୍ୱରେ ଏମିତି ଏକ ଏୟାରପୋର୍ଟ ରହିଛି, ଯାହା ଦେଖିବାକୁ ଅନ୍ତରୀକ୍ଷ ଯାନ ସଦୃଶ । ଏପରି ଏୟାରପୋର୍ଟ ରହିଛି ଚାଇନାରେ । ଭିତ୍ତିଭୂମି କ୍ଷେତ୍ରରେ ·ଇନା ସବୁଠୁ ଆଗରେ । ଏହି ଏୟାରପୋର୍ଟ ବାହାରୁ ଏକ ଅନ୍ତରୀକ୍ଷ ଯାନ ପରି ଦେଖାଯାଉଛି । କିଛିଦିନ ତଳେ ·ଇନାର ରାଷ୍ଟ୍ରପତି ଏପରି ଏୟାରପୋର୍ଟ ଆରମ୍ଭ ନେଇ ଘୋଷଣା କରିଥିଲେ । ୧୧ ଅରବ ଡଲାରରେ ଏହା ର୍ନିମାଣ କରାଯାଇଛି ।
ଖାଲି ଏତିକି ନୁହେଁ ପ୍ରାୟ ୧୭୩ ଏକର ପରିମିତ ଜାଗାରେ ର୍ନିମିତ ଏୟାରପୋର୍ଟ ଭିତର ଅଂଶ ଫୁଟବଲ ପରି । ବୁଧବାର ପରୀକ୍ଷାମୂଳକ ଭାବେ ଏଠାରୁ ବିମାନ ଉଡ଼ାଣ ହୋଇଛି ।
୨୦୪୦ ମସିହା ସୁଦ୍ଧା ଏହି ଏୟାରପୋର୍ଟରୁ ପ୍ରାୟ ୧୦ କୋଟି ଯାତ୍ରୀ ପ୍ରତିବର୍ଷ ବିମାନଯାତ୍ରା କରିବେ ବୋଲି ଆକଳନ କରାଯାଉଛି ।


