ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସମ୍ବିଧାନ ପଠନ ଦିବସ ଓ ସଚେତନତା ଶିବିର

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା କୋର୍ଟ ଠାରେ ସମ୍ବିଧାନ ଦିବସ ଉପଲକ୍ଷେ ସମ୍ବିଧାନ ମୁଖବନ୍ଧ ପଠନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣର ସଚିବ ବ୍ୟୋମକେଶ ନାୟକହ୍‌କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲା ଓ ଦୌରାଜଜ୍ ବିଶ୍ୱଜିତ ଦାସ ଉପସ୍ଥିତ ରହି ଭାରତର ସମ୍ବିଧାନ ପକ୍ରିୟା ଉପରେ କହି ଏହାର କାର୍ଯ୍ୟକାରିତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଏହା ଏକ ନ୍ୟାୟିକ ମନ୍ଦିର ତେଣୁ ସମୟାନୁବର୍ତ୍ତିତା ହୋଇ ନ୍ୟାୟ ପ୍ରଦାନ କୁ ନିଶ୍ଚିତ କରିବା ସହ ଏହି ମନ୍ଦିରର ସମସ୍ତଙ୍କୁ ନ୍ୟାୟ ମିଳିବା ଉପରେ ଆଲୋକପାତ କରି ଏ ଦିଗରେ ଆଇନଜୀବି ମାନଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ପ୍ରାଧିକାର ସଚିବ ବ୍ୟୋମକେଶ ନାୟକ କାର୍ଯ୍ୟକ୍ରମ ପରିଚାଳନା କରି ସମ୍ବିଧାନ ଦିବସର ପାଳନ ଉଦ୍ଦେଶ୍ୟ ଓ ତତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତର ସମ୍ବିଧାନ ପ୍ରଣୟନ ହୋଇଥିଲା । ଜାତୀୟ ଆଇନ ସେବା ପ୍ରାଧିଆକର ଆଇନ ୧୯୮୭ ମସିହାରେ ପ୍ରଣୟନ ହୋଇଥିବାବେଳେ ୧୯୯୫ ମସିହାରେ କାର୍ଯ୍ୟକାରୀ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ମାନସ କୁମାର ପଣ୍ଡା, ଉପଖଣ୍ଡିୟ ବିଚାର ବିଭାଗ ଅଧିକାରୀ ଚନ୍ଦ୍ରହାଶ ବେହେରା, ଦ୍ୱିତୀୟ ଶ୍ରଣୀ ବିଚାର ବିଭାଗ ଅଧିକାରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀଙ୍କ ସମେତ ସମସ୍ତ ଆଇନଜୀବି ବୃନ୍ଦ ସାଧାରଣ ଲୋକ ଓ କୋର୍ଟ କର୍ମଚାରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ କୋଭିଡ-୧୯ ନିୟମ ମାନି ଯୋଗଦେଇଥିଲେ । ପ୍ରାଧିକରଣ ତରଫରୁ ଏହି ଶିବିରରେ ପ୍ରାଧିକରଣର ସଚିବ ଶ୍ରୀ ନାୟକ ସମ୍ବିଧାନରେ ଥିବା ନାଗରିକର ମୌଳିକ କର୍ତ୍ତବ୍ୟ ଉପରେ ମଧ୍ୟ ଆଲୋକ ପାତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ