ବେଆଇନ ବାଲି ଚାଲାଣ; ୨ ଟ୍ରାକ୍ଟରକୁ ଜରିମାନା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ତହସିଲ୍‍ ପକ୍ଷରୁ ବେଆଇନ ବାଲି ଚାଲାଣ ଉପରେ ଚଢାଉ କରାଯାଇ ୧୨ ହଜାର ୨ଶହ ୪୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ନୂତନ ତହସିଲ୍‍ଦାର କଳାକୃଷ୍ଣ ପ୍ରଧାନଙ୍କ ତତ୍ୱାବଧାନରେ ଦାରିଙ୍ଗବାଡ଼ିଠାରେ ବାଲି ବୋଝେଇ ଟ୍ରାକ୍ଟର ଯାଞ୍ଚ କରାଯାଇଥିଲା । ଏହି ସମୟରେ ୨ଟି ଟ୍ରାକ୍ଟର ବେଆଇନ ଭାବେ ବାଲିଚାଲାଣ କରୁଥିବା ବେଳେ ଧରାପଡ଼ିଥିଲା । ଗୋଟିଏ ଗୋଟିଏ ଗାଡ଼ିରୁ ୬ ହଜାର ୧୨୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି । ତହସିଲ୍‍ଦାରଙ୍କ ସହିତ ଦାରିଙ୍ଗବାଡ଼ି ସହକାରୀ ରାଜସ୍ୱ ନିରୀକ୍ଷକ ଉମାକାନ୍ତ ଖଣ୍ଡଗିରି, ଗ୍ରୀନ୍‍ବାଡ଼ି ସହକାରୀ ରାଜସ୍ୱ ନିରୀକ୍ଷକ କୁଳମଣି ସାହାଣୀ ପ୍ରମୁଖ ସାମିଲ୍‍ ହୋଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ