୨୯ଦିନରେ ପହଞ୍ଚିଲା ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ର ଆରାଧ୍ୟ ଦେବି ମା ରାମାୟଣାମ୍ମା ଙ୍କ ଠାକୁରାଣୀ ଯାତ୍ରା ଲାଗି ଉଠୁଛି ପଡୁଛି ସାରା ସହର । ସୋମବାର ଯାତ୍ରାର ୨୯ଦିନ ଅବସରରେ   ଗଞ୍ଜାମ ଜିଲ୍ଲା କଂଗେସ ( ପୂର୍ବ) କମିଟି ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ ଙ୍କ  ସ୍ୱତନ୍ତ୍ର ପୂଜା ସହିତ ମା ଭୋଗ ଗ୍ରହଣ କରିଛନ୍ତି । ରୀତିନୀତି ଅନୁସାରେ  ଶ୍ରୀ ପଟ୍ଟନାୟକ ଅସ୍ଥାୟୀ ମଣ୍ଡପ ରେ ପହଂଚି ପୂଜାର୍ଚନା କରିବା ସହିତ ମାଙ୍କୁ ନିମନ୍ତ୍ରଣ କରିଥିଲେ। ପରେ ବିରାଟ ପଟୁଆର ରେ ମା ଅସ୍ଥାୟୀ ମଣ୍ଡପରୁ ବାହାରି ମାଙ୍କ ଘଟ ନଗର ପରିକ୍ରମା କରିଥିଲେ। ଏଥିରେ ଆନ୍ଧ୍ର କାଳୀ, ଖଡ଼କପୂର କାଳୀ ସହ ରାଜ୍ୟ ଏବଂ ରାଜ୍ୟ ବାହାରୁ ୨୫ ଗ୍ରୁପର ବିଭିନ୍ନ କଳାକାର ମାନେ ବିରାଟ ପାଟୁଆରେ ମାଙ୍କ ସହିତ ସାମିଲ ହୋଇଥିଲେ। ମଧ୍ୟାହ୍ନ ରେ ଶ୍ରୀ ପଟ୍ଟନାୟକ ଙ୍କ ପକ୍ଷରୁ  ଲୋକ ଙ୍କ ନିମନ୍ତେ ଅନ୍ନ ଭୋଗ ର ଆୟୋଜନ କରାଯାଇଥିଲା । ସନ୍ଧ୍ୟା ରେ ଅସ୍ଥାୟୀ ମଣ୍ଡପ ରେ ମାଙ୍କ ଆଳତି ଦର୍ଶନ କରିବା ନିମନ୍ତେ ଶ୍ରୀ ପଟ୍ଟନାୟକ ଙ୍କ ସହ  ଜିଲ୍ଲା ଉପସଭାପତି ଅଶୋକ କୁମାର ପଟ୍ଟନାୟକ, ଛତ୍ରପୁର ପୌରପରିଷଦ ସଭାପତି କାଳିଆ ରାଉଳ, ଯାତ୍ରା କମିଟି ର ମ୍ୟାନଜର ସିଏଚ. ଦୟାନନ୍ଦ ରେଡ୍ଡୀ ଙ୍କ ସମେତ ପ୍ରବଳ ଜନ ସାମଗମ ହୋଇଥିଲା।   ମା ଙ୍କ ଯାତ୍ରା ଅବସରରେ ଛତ୍ରପୁର ଅନସ୍ଲୋ ଖେଳ ପଡିଆ ଠାରେ ରାମଦୋଳି ଓ ମିନା ବଜାର ଖୋଲାଯାଇଥିବା ବେଳେ ଲୋକେ ଏହାର ମଜା ଉଠାଉଥିବା ଦେଖିବାକୁ ମିଳିଛି। ମା ଙ୍କ ଯାତ୍ରା ପାଇଁ ସାରା ସହର ଚଳ ଚଞ୍ଚଳ ହୋଇପଡିଥିବା ବେଳେ ସହରର ସମସ୍ତ ପ୍ରବେଶ ପଥକୁ ଆଲୋକ ମାଳା ରେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି । ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି । ଆଜି ଠୁ ଛତ୍ରପୁର ମହୋତ୍ସବ ଆରମ୍ଭ ହୋଇଛି । ଯାହାକି ଯାତ୍ରା କୁ ଆହୁରି ଆକର୍ଷଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ