ବ୍ଲକସ୍ତରୀୟ ବ୍ରାହ୍ମଣ ମହାସଙ୍ଘର ବୈଠକ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ଜିଲ୍ଲା ବ୍ରାହ୍ମଣ ମହାସଂଘର କେନ୍ଦ୍ରାପଡା ବ୍ଲକସ୍ତରୀୟ ଆଞ୍ଚଳିକ ବ୍ରାହ୍ମଣ ମହାସଙ୍ଘ ବୈଠକ କଂସାର ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଶ୍ରୀରାମ ମନ୍ଦିର ପରିସରରେ ଜିଲ୍ଲା ସଭାପତି ମାନସଭୂଷଣ ପଣ୍ଡିତ ହୃଷୀକେଶ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପଣ୍ଡିତ ଦୁର୍ଗାପ୍ରସାଦ ତ୍ରିପାଠୀ ବେଦପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓସ୍ତପୁର, କଂସାର, ପୁରୁଷୋତ୍ତମପୁର, ଆୟବା ପ୍ରଭୃତି ପଞ୍ଚାୟତ ଗୁଡିକରୁ ରବୀନ୍ଦ୍ର ମୋହନ ପଣ୍ଡା, ଭାଗିରଥୀ ପଣ୍ଡା, ଦାମୋଦର ପଣ୍ଡା, କମଲେଶ ପଣ୍ଡା, ଭୁବନମୋହନ କର, ଲକ୍ଷ୍ମୀକାନ୍ତ ଦାଶ ପ୍ରମୁଖଙ୍କ ସମେତ ଜିଲ୍ଲା ଯୁବବାହିନୀ ସମ୍ପାଦକ ଜିତେନ୍ଦ୍ର କୁମାର ଦାଶ, ବ୍ଲକ ସଭାପତି ଜଗବନ୍ଧୁ କର, ଅକ୍ଷୟ କୁମାର ପତି, ପ୍ରଦୀପ କୁମାର ତ୍ରିପାଠୀ, ଧନେଶ୍ୱର ତ୍ରିପାଠୀ ପ୍ରମୁଖ ଯୋଗଦେଇ ବ୍ରାହ୍ମଣ ମହାସଂଘର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଲା ସମ୍ପାଦକ ପଣ୍ଡିତ ହରେକୃଷ୍ଣ ପତି ଯୋଗଦେଇ ବୈଦିକ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ମାନବ ସମାଜକୁ ବ୍ରାହ୍ମଣମାନଙ୍କ ଅବଦାନ ଉପରେ ବକ୍ତବ୍ୟ ରଖିଥିଲେ। ଉପରୋକ୍ତ ୪ଟି ପଞ୍ଚାୟତର ଆଞ୍ଚଳିକ ସ୍ତରୀୟ ସଂଯୋଜକ ଭାବେ ଦୀପକ କୁମାର ପାଢୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲା ସଂଗଠନ ସମ୍ପାଦକ ପଣ୍ଡିତ ତପନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ