୬୦ କିଲୋ ଗଞ୍ଜେଇ ଜବତ; ୨ ଗିରଫ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ଗୋଟେ ପଟେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜମିରେ ବେଆଇନ ଭାବେ ଲାଗିଥିବା ଗଞ୍ଜେଇ ଚାଷ ନଷ୍ଟକରିବାର ଦିନରାତି ଏକ କରିଥିବା ବେଳେ ଏପଟେ କିନ୍ତୁ ଗଞ୍ଜେଇ ଚୋରା ଚାଲାଣ କାରିମାନେ ସେମାନଙ୍କର ଚୋରା ଚାଲାଣ ଜାରି ରଖିଛନ୍ତି । ଏଭଳି ସ୍ଥଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଶୁକ୍ରବାର ରାତ୍ରରେ ଦୁଇଜଣ ଗଞ୍ଜେଇ ଚୋରା ଚାଲାଣ କାରି ମାନଙ୍କୁ ଧରିବାରେ ସଫଳ ହୋଇଥିିବା ବେଳେ ସେମାନଙ୍କ ଠାରୁ ୬୦ କିଲୋ ଗଞ୍ଜେଇ ଜବତ କରାଯାଇଛି । କୈାଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ଙ୍କ ନିଦ୍ଦେଶ କ୍ରମେ ଏସ୍‍.ଆଇ ଦସରଥ ହେମ୍ରମଙ୍କ ନେତୃତ୍ୱରେ ଜାଜେସପାଙ୍ଗା ପଞ୍ଚାୟତ  ଅନ୍ତର୍ଗତ ଲଦଡି ପ୍ରାଥମିକ ସ୍କୁଲ ପଛପଟେ ଛଢଉ କରିଥିଲ। । ଚଢଉ ସମୟରେ ଦୁଇଜଣ ବ୍ୟକ୍ତି ଗଞ୍ଜେଇ ଭର୍ତ୍ତି ଅଖା ବ୍ୟାଗ ସାଙ୍ଗରେ ଚାଲାଣ କରିବା ପାଇଁ ଗାଡିକୁ ଅପେକ୍ଷା କରି ରହିଥିଲେ । ପୋଲିସକୁ ଦେଖି ଉଭୟ ବ୍ୟକ୍ତି ଘଟଣା ସ୍ଥଳରୁ ଫେରାର୍‍ ହେବାକୁ ଉଦ୍ୟମ କରିଥିଲେ ମଧ୍ୟ ପୁଲିସ୍ ଦଳ ଚତୁରତାର ସହିତ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଗିରଫ ୨ ଜଣ ହେଉଛନ୍ତି। ଲଦଡି ଗ୍ରାମର ବିଶ୍ୱନାଥ ଦିଗାଳ ଓ ଅନ୍ୟଜଣେ ଭୃଙ୍ଗିଯୋଡି ପଞ୍ଚାୟତ ଅନ୍ତର୍ଗତ ସୁଣ୍ଢିଗାଁର ଅବକେତ ଦିଗାଳ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏନେଇ କେସ ନଂ.୧୦୭/୨୦ ରେ ଏକ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଅଧିକାରୀ ପ୍ରଦିପ କୁମାର ରାଉଳ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ