ପେଟ୍ରୋଲ ୮୩, ଡିଜେଲ୍‌ ୭୯ ଟଙ୍କା ଛୁଇଁବ

ନୂଆଦିଲ୍ଲୀ: ଦେଶରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିଛି। ଆଜି ପେଟ୍ରୋଲ ଦର ଲିଟର ପିଛା ୨୧ ପଇସା ଏବଂ ଡିଜେଲ ଦର ୩୨ ପଇସା ବଢ଼ିଛି। ଫଳରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୮୩ ଟଙ୍କା ଏବଂ ଡିଜେଲ ଦର ୭୯ ଟଙ୍କା ନିକଟତର ହୋଇଛି। ଭାରତୀୟ ତୈଳ ନିଗମ ଟାଙ୍କିରେ ପେଟ୍ରୋଲ ଦର ଆଜି ୮୨ ଟଙ୍କା ୯୫ ପଇସା ଏବଂ ଡିଜେଲ ଦର ୭୮ ଟଙ୍କା ୮୭ ପଇସା ଛୁଇଁଛି। ଗତ ୧୦ ଦିନ ମଧ୍ୟରେ ସରକାରୀ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ୯ ଥର ବଢ଼ାଇଛନ୍ତି। ଏହି ୯ ଦିନ ଭିତରେ ଭୁବନେଶ୍ବରରେ ଲିଟର ପିଛା ପେଟ୍ରୋଲ ଦର ୧ ଟଙ୍କା ୩୫ ପଇସା ଏବଂ ଡିଜେଲ ଦର ୨ ଟଙ୍କା ୧୯ ପଇସା ମହଙ୍ଗା ହୋଇଛି। ଚଳିତମାସ ୨୦ ତାରିଖରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ୫ ଦିନ ବଢ଼ିବା ପରେ ଗୋଟିଏ ଦିନ ପାଇଁ ୨୫ ତାରିଖରେ ଅପରିବର୍ତ୍ତିତ ଥିଲା। କିନ୍ତୁ ୨୬ ତାରିଖରୁ କ୍ରମାଗତ ୪ ଦିନ ହେଲା ପେଟ୍ରୋଲ, ଡିଜେଲ ଦାମ ବଢ଼ିବାରେ ଲାଗିଛି। ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୮୨ ଟଙ୍କା ୩୪ ପଇସା ଏବଂ ୭୨ ଟଙ୍କା ୪୨ ପଇସା ଛୁଇଁଛି। ସେହିଭଳି ମୁମ୍ବାଇରୋ ପେଟ୍ରୋଲ ଦର ୮୯ ଟଙ୍କା ୨ ପଇସା ଏବଂ ଡିଜେଲ ଦର ୭୮ ଟଙ୍କା ୯୭ ପଇସା, ଚେନ୍ନାଇରେ ପେଟ୍ରୋଲ ଦର ୮୫ ଟଙ୍କା ୩୧ ପଇସା ଏବଂ ଡିଜେଲ ଦର ୭୭ ଟଙ୍କା ୮୪ ପଇସା ଛୁଇଁଛି। କୋଲକାତାରେ ପେଟ୍ରୋଲ ଦର ୮୩ ଟଙ୍କା ୮୭ ପଇସା ଏବଂ ଡିଜେଲ ଦର ୭୫ ଟଙ୍କା ୯୯ ପଇସା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ