ଦାମଙ୍କୁ ମିଳିଲା ବଡ ଦାଇତ୍ୱ
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ଡ. ଦାମୋଦର ରାଉତଙ୍କୁ ବୁଧବାର ବଡ଼ ଦାୟିତ୍ୱ ମିଳିଛି। ଦାମ ରାଉତଙ୍କୁ ରାଜ୍ୟ ବିଜେପିର ପ୍ରଚାର କମିଟିର ଆବାହକ ରୂପରେ ନିଯୁକ୍ତି ଦିଆଯାଇଛି। ବିଜେପି ରାଜ୍ୟ ଦଳ ବରୋଧି ମନ୍ତବ୍ୟ ଦେଇ ବିଜେଡିରୁ ବିତାଡିତ ହୋଇଥିବା ଦାମୋଦର ରାଉତ ବହୁ ଦିନର କଳ୍ପନା ଜଳ୍ପନା ପରେ ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି ଦଳରେ ଯୋଗ ଦେଇଥିଲେ । ଯୋଗ ଦେବାର କିଛି ଦିନ ପରେ ବିଜେପି ତରଫରୁ ବୁଧବାର ଦିନ ଦାମ ବାବୁଙ୍କୁ ବଡ ଦାଇତ୍ୱ ମିଳିଛି । ଡ. ଦାମୋଦର ରାଉତଙ୍କୁ ରାଜ୍ୟ ବିଜେପି କମିଟିର ଆବାହକ ରୁପରେ ନିଯୁକ୍ତି ଦିଆଯାଇଛି ସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନ ପରେ ଦାମଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି।


