ଗୋବିନ୍ଦ ଦାଶ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ଜଗନ୍ନାଥପ୍ରସାଦ,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଳକ ପାଟରାପଲ୍ଲି ରଘୁନାଥ ମନ୍ଦିର ପରିସରରେ ସମାଜ ସେବୀ ତଥା ମହାନ ଵ୍ୟକ୍ତିତ୍ୱ ଅର୍ଥାତ ଅଞ୍ଚଳରେ ଗୈ।ରବ ସ୍ୱର୍ଗତ ଗୋବିନ୍ଦ ଦାସ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଶ୍ରୀ ଦାଶଙ୍କ ଉଦ୍ଧେଶ୍ୟରେ ଏକ ସ୍ମୃତି ସଭା ଆୟୋଜନ କରାଯାଇଥିଲା । ଅଞ୍ଚଳର ବହୁମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରି ଗୋବିନ୍ଦ ଦାସ ଙ୍କ ଉପରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ୧୯୦୧ ରୁ ଜନ୍ମ ଗ୍ରହଣ କରି ୧୯୭୫ ରେ ଇହଧାମ ତ୍ୟାଗ କରିଥିଲେ । ଏଥି ମଧ୍ୟରେ ଅଞ୍ଚଳରେ ଅନେକ ଜନହିତକର କାର୍ଯ୍ୟ କରି ଥିବା ଉପସ୍ଥିତ ଙ୍କ ମଧ୍ୟରେ ଆଲୋଚନା କରିଥିଲେ । ଆଇନଜୀବୀ ସୋମନାଥ ନାୟକ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଲିଙ୍ଗରାଜ ଜେନା , କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଦିବାକର ନାୟକ ଓ ଅତିଥି ଭାବେ ରାଜେନ୍ଦ୍ର ପ୍ରସାଦ ଦାସ, ସୁରେଶ ଚନ୍ଦ୍ର ପଣ୍ଡା, ସରୋଜ କୁମାର ନନ୍ଦ, ପ୍ରମୁଖ ଉପସ୍ଥିତ ଥିଲେ ।


