ଓଡିଶା ସ୍କାଉଟ ଗାଇଡ୍ର ରୋଭର ରେଞ୍ଜର ସିମ୍ପୋଜିୟମ ଉଦ୍ଘାଟିତ
ଓଡିଶା ରାଜ୍ୟ ଭାରତ ସକାଉଟସ୍ ଏବଂ ଗାଇଡସ୍ର ରାଜ୍ୟ ଶାଖା ଆନୁକୂଲ୍ୟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହ ପାଳନ ଉପଲକ୍ଷେ ରୋଭର ରେଞ୍ଜର ମାନଙ୍କର ଏକ ଆଲୋଚନା ଚକ୍ର ତା୨୯ା୯ା୧୯ ରିଖ ଠାରୁ ୩ା୯ା୧୯ରିଖ ପର୍ଯ୍ୟନ୍ତ ରାଜ୍ୟ ମୁଖ୍ୟାଳୟ ପରିସରରେ ଅନୁଷ୍ଠିତ ହେଉଛି । ଉକ୍ତ ଆଲୋଚନା ଚକ୍ରରେ ଓଡିଶା ସମେତ ବିହାର, ପଶ୍ଚିମବଙ୍ଗ, ପୂର୍ବ ରେଳପଥ, ଦକ୍ଷିଣ ରେଳପଥ, ଛତିଶଗଡ, ପୂର୍ବତଟ ରେଳପଥ ଆଦି ରାଜ୍ୟରୁ ଅନ୍ୟୁନ ୨୦୦ରୁ ଊର୍ଦ୍ଧ ରୋଭର ରେଞ୍ଜର ଯୋଗଦେଇ ଅଛନ୍ତି । ତା୨୯ା୯ା୧୯ରିଖ ଅପରାହ୍ନରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିଷ୍ଣୁଚରଣ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ମାନ୍ୟବର ବିଧାୟକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉକ୍ତ କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ. କାଳିପ୍ରସାଦ ମିଶ୍ର, ରାଜ୍ୟ ସମ୍ପାଦକ ଶ୍ରୀ ରାମମୂର୍ତ୍ତି ଦୋରା ଉକ୍ତ ଉତ୍ସବରେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ରାଜ୍ୟ ଗାଇଡ୍ ସଂଗଠନ କମିଶନର ଶ୍ରୀମତୀ ଅନାମିକା ଦାସ ଅତିଥିମାନଙ୍କୁ ସ୍ୱାଗତ କରି ଆଲୋଚନା ଚକ୍ରର ବିଭିନ୍ନ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ପରେ ପରେ ରାଜ୍ୟ ମୁଖ୍ୟ କମିଶନର ଡଃ. ମିଶ୍ର ସିମ୍ପୋଜିୟମର ଆଭିମୁଖ୍ୟ ତଥା ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ରୋଭର ରେଞ୍ଜରମାନଙ୍କୁ ଉଦ୍ବୋଧନ ଦେବାକୁ ଯାଇ ଜାତିର ଜନକ ତଥା ବିଶ୍ୱର ନାୟକ ମହାତ୍ମା ଗାନ୍ଧିଙ୍କର ଉକ୍ତ ଜୟନ୍ତୀ ସମାରୋହ ପାଳନ କରିବାକୁ ଯାଇ ଓଡିଶା ରାଜ୍ୟ ସ୍କାଉଟ ଗାଇଡ୍ର ଏହି ପ୍ରଶଂସନୀୟ ଉଦ୍ୟମକୁ ସ୍ୱାଗତ କରିବା ସହିତ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଗଠନରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବା ପାଇଁ ରୋଭର ରେଞ୍ଜରମାନଙ୍କୁ ଆହ୍ୱାନ ଦେଇଥିଲେ । ଆଞ୍ଚଳିକ ଶାଖା କାର୍ଯ୍ୟାଳୟର ସାଂଗଠନିକ କମିଶନର ଶ୍ରୀ ବବଲୁ ଗୋସ୍ୱାମୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଉକ୍ତ ଆଲୋଚନା ଚକ୍ର ୫ ଦିନ ଧରି ସମାହିତ ହେବ । ରାଜ୍ୟ ସ୍କାଉଟ ସଂଗଠନ କମିଶନର ଶ୍ରୀ ପ୍ରାଣକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


