୯ଟି ଆସନ ପାଇଁ ବିଜେଡିର ପାର୍ଥୀ ଘୋଷଣା

ଆଜି ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି । ପ୍ରଥମ ଓ ଦ୍ୱିତୀୟ ପର‌୍ୟ୍ୟାୟ ପାଇଁ ବିଜେଡି ୯ ଲୋକସଭା ଓ ୫୪ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କିଛି ଆସନରେ ବିଭିନ୍ନ କାରଣରୁ ପ୍ରାର୍ଥୀଙ୍କ ନାଁ ଝୁଲିରହିଥିଲା । ପ୍ରଥମ ପର‌୍ୟ୍ୟାୟ ପାଇଁ ଆସନ୍ତା ୨୫ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ବିଜେଡି ତାର ପ୍ରକାଶ ପାଇନଥିବା ପ୍ରାର୍ଥୀ ତାଲିକା ଆଜି ଘୋଷଣା କରିବାର ସମ୍ଭାବନା ରହିଛି । ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଶ୍ରୀମୟୀ ମିଶ୍ର ଓ ଅର୍କେଶ ସିଂଦେଓଙ୍କ ନାଁ ଆଗରେ ଥିବା ବେଳେ ଲୋଇସିଂହାରୁ ଯୋଗେନ୍ଦ୍ର ବେହେରା ଓ ନିହାର ରଂଜନ ବେହେରାଙ୍କ ଭିତରୁ ଜଣକୁ ମିଳିପାରେ ଟିକେଟ । ସେହିପରି ଲାଂଜିଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବଳଭଦ୍ର ମାଝୀ ଓ ପ୍ରଦୀପ ଦିଶାରୀଙ୍କ ମଧ୍ୟରୁ ଜଣଙ୍କୁ ମିଳିବ ଟିକେଟ । ଝରିଗାଁର ବିଧାୟକ ରମେଶ ମାଝୀ ଥିବା ବେଳେ ତାଙ୍କୁ ଏବେ ନବରଙ୍ଗପୁର ସାଂସଦ ପ୍ରାର୍ଥୀ କରାଯାଇଛି । ତେଣୁ ଝରିଗାଁରେ କାହାକୁ ମିଳିବ ଟିକେଟ ସେ ନେଇ ସସପେନ୍ସ ଲାଗିରହିଛି । ସେହିପରି ମାଲକାନଗିରିରେ ମାନସ ମାଡକାମୀଙ୍କ ନାଁ ଆଗରେ ରହିଛି । ବ୍ରଜରାଜନାଗରରେ କିଶୋର ମହାନ୍ତି ଓ ଅନୁପ ସାଏ ଟିକେଟ ଆଶାରେ ଅଛନ୍ତି । ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଡୁଗୁନି କହଁରଙ୍କ ନାଁ ଘୋଷଣା ହୋଇପାରେ । ସେହିପରି ପଟାଙ୍ଗୀରେ ପ୍ରଫୁଲ ପାଙ୍ଗୀ ଓ ଜୟରାମ ପାଙ୍ଗୀଙ୍କ ପୁତୁରା ଅଶୋକ ପାଙ୍ଗୀଙ୍କ ମଧ୍ୟରୁ ଜଣକୁ ଟିକେଟ ମିଳିପାରେ । ସେପଟେ ବୀରମିତ୍ରପୁରରେ ନୂଆ ମୁହଁକୁ ପ୍ରାର୍ଥୀ ଭାବେ ଘାଷଣା କରିପାରନ୍ତି ନବୀନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ