ନର୍ସିଂହୋମ୍ ପାଖରୁ ନବଜାତ ମୃତଶିଶୁ କନ୍ୟା ଶବ ଉଦ୍ଧାର
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରପଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରୁ ଏକଶହ ମିଟର ଦୂର ହଜାରି ବଗି•ର ଏକ ଘରୋଇ ନର୍ସିଂହୋମ୍ ନିକଟରେ ଥିବା ନାଳ ଭିତରୁ ରବିବାର ସକାଳେ ସଦ୍ୟଜାତ ଏକ ମୃତ ଶିଶୂକନ୍ୟାର ଶବ ଉଦ୍ଧାର କରାଯାଇଛି । ଶନିବାର ବିଳମ୍ବିତ ରାତିରେ ଉକ୍ତ ଶିଶୁ କନ୍ୟାଟି ଜନ୍ମ ହୋଇଥିବାର ଅନୁମାନ କରାଯାଉଛି । ତାକୁ କେହି ନର୍ସିଂହୋମ୍ ଫାଟକ ନିକଟରେ ଥିବା ନାଳରେ ଫୋପାଡି ଦେଇଥାଇପାରେ ବୋଲି ଅନୁମାନ କରାଯାଉଛି । ସ୍ଥାନୀୟ ଲୋକେ ସକାଳୁ ଏହାକୁ ଦେଖି ଟାଉନ ଥାନା ପୋଲିସ୍କୁ ଖବର ଦେବାରେ ସବ୍ଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଘଟଣା ସ୍ଥଳରେ ପହଂଚି ମୃତ ଶିଶୁକନ୍ୟାର ଶବକୁ ଉଦ୍ଧାର କରିବା ସହ ଟାଉନ୍ ଥାନାରେ ୨୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରାଇଥିବା ଦେଖାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଗତ କିଛିଦିନ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ଅନୁରୂପ ଭାବେ ଏକ ମୃତ ଶିଶୁ କନ୍ୟା ଉଦ୍ଧାର କରାଯାଇଥିବା ବେଳେ ମାଧପୁର କେନାଲ ନିକଟରୁ ମଧ୍ୟ ଅନ୍ୟଏକ ମୃତଶିଶୁ କନ୍ୟା ଉଦ୍ଧାର କରାଯାଇଥିଲା । ସହରରେ ଥିବା ନର୍ସିଂହୋମ୍ ଗୁଡିକୁ ନିୟମିତ ବ୍ୟବଧାନରେ ଯାଂଚ ହେଉଥିବାରୁ ବେଆଇନ ଭାବେ ଚାଲିଥିବା କେତେକ ନିର୍ସିଂହୋମରେ ଏଭଳି କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି । ଗତ ଅଗଷ୍ଟ ଶେଷ ସପ୍ତାହରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ରଙ୍କ ନେତୃତ୍ୱରେ ବେଆଇନ୍ ଭାବେ •ଲୁଥିବା ନର୍ସିଂହୋମ୍ ଓ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଉପରେ ଚଢାଉ କରାଯାଇ ବହୁ କାଗଜପତ୍ର ଜବତ କରାଯିବା ସହିତ ପନ୍ଦର ଦିନ ମଧ୍ୟରେ ସେଗୁଡିକର ପଂଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ନିର୍ଦେଶ କାର୍ଯ୍ୟକାରୀ ନହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଫଳରେ ଛତୁ ଫୁଟିଲା ଭଳି ବେଆଇନ୍ ଭାବେ •ଲିଥିବା ନିର୍ସିଂହୋମ ଓ ଅଲଟ୍ରାସାଉଣ୍ଡ କ୍ଲିନିକ୍ ୍ ଗୁଡିକରେ ଭୃଣ ହତ୍ୟା ଭଳି ଅନୈତିକ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହେଉଛି ।


