ଏନଆରସି ନାଁରେ ସାଧାରଣ ମଣିଷ ଠାରୁ ବଂଚିତ କରିବା ଅମାନବିକ

ଜାତୀୟ ନାଗରିକ ପଞ୍ଜିକା ନାମରେ ଆସାମର ୧୯ଲକ୍ଷ ଲକ୍ଷ ଲୋକମାନଙ୍କ ଠାରୁ ଯେଉଁ ଭଳି ନାଗରିକତାରୁ ବଞ୍ଚିତ କରି ସେମାନଙ୍କୁ ଅଟକ କେନ୍ଦ୍ରରେ ବନ୍ଦିକରି ଉଦ୍ୟମ କରାଯାଇଛି ତାହା ଅତ୍ୟନ୍ତ ଅମାନବିକ ।କେବଳ କିଛି ଦସ୍ତାବିଜରେ ଆଧାରରେ ଜଣଙ୍କ ନାଗରିକତାକୁ ନିର୍ଦ୍ଧାରିତ କରିବା ଅନ୍ୟଥା ତାକୁ ଦେଶ ହୀନ କରି ସମସ୍ତ ପ୍ରକାର ନାଗରିକତାକୁ ବଂଚିତ କରିବା ଏକ ସଭ୍ୟ ସମାଜ ପାଇଁ ଆଦୈ ଗ୍ରହଣୀୟ ନୁହେଁ । ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଜାତୀୟ ନାଗରିକ ପଞ୍ଜିକା କେତେ ଯଥାର୍ଥ ଶିର୍ଷରେ ଆଲୋଚନା ଚକ୍ରରେ ଯୋଗ ଦେଇ ବକ୍ତା ମାନେ ଏହି ପ୍ରକ୍ରିୟାକୁ ବିରୋଧ କରିଥିଲେ । ଏହି ପ୍ରକ୍ରିୟା ଜାରି ରହିଥିବାରୁ କିଛି ଲୋକ ଏହୌି କାରଣରୁ ଆତ୍ମହତ୍ୟା କରିଥିବାର ମଧ୍ୟ ନଜିର ରହିଛି ।ତେଣୁ ସରକାର ତୁରନ୍ତ ଧ୍ୟାନ ଦେବା ଦରକାର । ଏହି ବୈଠକରେ ସଭାପତିତ୍ୱ କରୁଥିବା ବେଳେ ମାନବିକତା ହେତୁବାଦୀ ସଂଗଠନର ରାଜ୍ୟ ସଂପାଦକ ଇଂ ରାଜା ସୁରେଶ ,ଅଧାପିକା ରାଜା ବାଳା ତ୍ରୀପାଠୀ , ଅନିତା କୁମାରି ପାଢୀ ,ସୁସାନ୍ତ ପ୍ରଧାନ , ଉଦ୍ଧବ ମହାଙ୍କୁଡ , ବିଷ୍ଣୁୂ ଦାସ ,ଡି ମୋହନ ରାଓ ,ଉଦ୍ଧବ ମହାଙ୍କୁଡ , ନାରାୟଣ ସାହୁ ନିମାଇ ଚରଣ ସାହୁ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ