ଠିକାଦାରଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ତୁଳସୀକ୍ଷେତ୍ର ପାନୀୟ ଜଳ ଯୋଗାଣ ଓ ପରିମଳ ଠିକାଦାର ସଙ୍ଘ ପକ୍ଷରୁ ଏଡିଏମଙ୍କୁ ଦାବୀପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ଡିଭିଜନରେ ଟେଣ୍ଡର ଫିକ୍ସିଂ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ଠିକାଦାର ଶୁଭେନ୍ଦୁ ରାଉତଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ତୁଳସୀକ୍ଷେତ୍ର ପାନୀୟ ଜଳ ଯୋଗାଣ ଓ ପରିମଳ ଠିକାଦାର ସଙ୍ଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସଙ୍ଘର ଅଭିଯୋଗ ଅନୁଯାଇ ଗତ ସେପ୍ଟେମ୍ବରମାସ ୪ତାରିଖରେ ଜଳଜୀବନ ମିଶନରେ ୩୨ ପ୍ରକଳ୍ପ ନିମନ୍ତେ ଡକାଯାଇଥିବା ଟେଣ୍ଡରରେ ଫିକ୍ସିଂ ହେଉଥିବା ସମ୍ପର୍କରେ ଜଣାପଡିବାରୁ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ଚଂଚକତା ପୂର୍ବକ ସେହି ଟେଣ୍ଡରକୁ ବାତିଲ କରିଦେଇଥିଲେ । ଅଭିଯୋଗକାରୀ ଠିକାଦାର ଶୁଭେନ୍ଦୁ ରାଉତ ଏସମ୍ପର୍କରେ ମୁହଁ ଖୋଲିବାରୁ କିଛି ନିର୍ଦ୍ଦିଷ୍ଟବ୍ୟକ୍ତିଙ୍କ ପରାମର୍ଶରେ ଠିକାଦାର ଶ୍ରୀ ରାଉତଙ୍କ ଉପରେ ଗତ ନଭେମ୍ବରମାସ ୨୬ତାରିଖରେ ଦୋବନ୍ଧା ଛକ ନିକଟରେ ମରଣାନ୍ତଙ୍କ ଆକ୍ରମଣ କରାଯାଇଥିଲା । ଶ୍ରୀ ରାଉତଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଗୁରୁତ୍ତର ଅବସ୍ଥାରେ କଟକର ଏକ ବେସରକାରୀ ହସପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଅସ୍ର୍ତ୍ରୋପଚାର କରାଯାଇଥିଲା । ଏ ସମ୍ପର୍କରେ ତାଙ୍କର ଧର୍ମପତ୍ନୀ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଅଦ୍ୟାବଧି ସେହି ଘଟଣାର ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିନାହିଁ । ତେଣୁ ଠିକାଦାର ଶ୍ରୀ ରାଉତଙ୍କୁ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନର ଟେଣ୍ଡର ଫିକ୍ସିଂ ମାମଲାରେ ସଂପୃକ୍ତ ଥିବା ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସଙ୍ଘ ନିବେଦନ କରିଛି । ନଚେତ ସମସ୍ତ ଠିକାଦାର କାର୍ଯ୍ୟ ବନ୍ଦ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ସଙ୍ଘ ପକ୍ଷରୁ ଦୁତିଲାଲ ଅଗ୍ରୱାଲ, ମୀଲନ କୁମାର ଓଝା, ମନୋଜ କୁମାର ବିଶ୍ୱାଳ, ଶତୃଘନ ଜେନା, ଗୋଲଖ ଚନ୍ଦ୍ର ରାଉତ, ଅକ୍ଷୟ କୁମାର ସାହୁ, ଶୁଭ୍ରଜିତ ମଲ୍ଲିକ, ନରେନ୍ଦ୍ର କୁମାର ଜେନା, ରମେଶ ଚନ୍ଦ୍ର ବେହେରା, ନଗେନ୍ଦ୍ର କୁମାର ନାୟକ, ସ୍ମୃତିରଞ୍ଜନ ସାହୁ, ମନୋରଞ୍ଜନ ପରିଡା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ