ସାନଖେମୁଣ୍ଡି ରେ ଭାରତବନ୍ଦ କୁ ସମର୍ଥନ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): କର୍ପୋରେଟ୍ ସପକ୍ଷବାଦୀ ତିନୋଟି କୃଷି ଆଇନ ଓ ପ୍ରସ୍ତାବିତ ବିଦ୍ୟୁତ୍ ଆଇନର ପ୍ରତ୍ୟାହାର, କୃଷି ପାଇଁ ବ୍ୟବହୃତ ଡିଜେଲର ଟିକସ ହ୍ରାସ, ଆନ୍ଦୋଳନରତ କୃଷକଙ୍କ ବିରୋଧରେ ଦାୟର ମୋକଦ୍ଦମାର ପ୍ରତ୍ୟାହାର ଆଦି ଦାବିରେ ଗତ ବାର ଦିନ ଧରି ଦିଲ୍ଲୀକୁ ଘେରାଉ କରି ରଖିଥିବା ଲକ୍ଷ ଲକ୍ଷ କୃଷକଙ୍କ ସମର୍ଥନରେ ଆୟୋଜିତ ଆଜିର ଭାରତ ବନ୍ଦ କାର୍ଯ୍ୟକ୍ରମରେ ଅଖିଳ ଭାରତ କିଶାନ ମଜଦୁର ସଭାର କର୍ମୀମାନେ ଅଂଶ ଗ୍ରହଣ କରିଥିଲେ ।
ଆଜି ପୂର୍ବାହ୍ନରେ ସଂଗଠନର ଶତାଧିକ କର୍ମୀ ପତାକା ଓ ବ୍ୟାନର ଧରି ବ୍ରହ୍ମପୁର କୋରାପୁଟ ମୁଖ୍ୟ ସଡକର ରାଜନାପଲ୍ଲୀ ଠାରେ ରାସ୍ତା ଅବରୋଧ କରିବା ଫଳରେ ସେହି ରାସ୍ତା ଦେଇ ବହୁ ସମୟ ଧରି ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଳକର ଏଆଇକେଏମଏସ୍ ନେତା ମଙ୍ଗଳା ମଳିକ, ପରମା ପରିଛା, ଡମ୍ଵୁରୁ ଦଳବେହେରା, ପୁର୍ଣ୍ଣଚନ୍ଦ୍ର ଦଳବେହେରା, ରମେଶ ମଳିକ, ରାଜେନ୍ଦ୍ର ମଳିକ, ବାସୁଦେବ ମଳିକ ପ୍ରମୁଖ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ