ଶରୀରରେ ଧଳା ଦାଗ ଭଲ ନା ଖରାପ ?
ଅନେକ ଲୋକଙ୍କ ମୁହଁରେ ବା ଶରୀରରେ ଧଳା ଦାଗ ଦେଖିବାକୁ ମିଳିଥାଏ । ହେଲେ ଆପଣ ଜାଣନ୍ତି କି ତ୍ୱ·ରେ ଧଳା ଦାଗ ଥିଲେ ତାହା ସମୟକ୍ରମେ ବଡ଼ ହୋଇଥାଏ । ବିଶେଷ କରି ଶରୀରର ଯେଉଁ ସ୍ଥାନରେ ସୂର୍ଯ୍ୟକିରଣ ପଡ଼େ ନାହିଁ, ସେଠାରେ ଏଭଳି ଘଟିଥାଏ ।
ଯଦି ଧଳା ଦାଗରେ କୌଣସି ପ୍ରକାରର କ୍ଷତ ସୃଷ୍ଟି ହୋଇଥାଏ, ଯାହାର ଚିକିତ୍ସା ନ କଲେ ତାହା ବଢ଼ିଯାଏ ।
ଯେଉଁଠାରେ ଧଳା ଦାଗ ଥାଏ, ସେଠି କୁଣ୍ଡେଇ ହୋଇଥାଏ । ଶରୀରରେ ଧଳାଦାଗ ଥିଲେ ତାହା ଆପଣଙ୍କୁ ମାନସିକ ଓ ଶାରୀରିକ ରୂପେ ପ୍ରଭାବିତ କରିଥାଏ ।
ଆଉ ଏକ ବିଶ୍ୱାସ ଯେ ଧଳା ଦାଗ କୁଷ୍ଠ ରୋଗର ଲକ୍ଷଣ, କିନ୍ତୁ ଏହା ସତ୍ୟ ନୁହେଁ । ଏପରିକି ତାହା ସଂକ୍ରାମକ ବି ନୁହେଁ । ଏଥିପାଇଁ ସ୍ପର୍ଶ, ରକ୍ତ, ସମ୍ଭୋଗ, ନିଃଶ୍ୱାସ ନେବା ଭଳି କାର୍ଯ୍ୟ କରିଥିଲେ ମଧ୍ୟ ଅନ୍ୟ ବ୍ୟକ୍ତିକୁ ତାହା ସଂକ୍ରମିତ ହୋଇନଥାଏ । ଏଣୁ ଆପଣଙ୍କୁ ଏହାକୁ ନେଇ ଆଦୌ ବ୍ୟତିବ୍ୟସ୍ତ ହେବାର ନାହିଁ । ବରଂ ଉପଯୁକ୍ତ ଚିକିତ୍ସା କରିବା ଦରକାର ।


