ଛେଳିଛୁଆର ସେବାରେ ବ୍ୟସ୍ତ ରହୁଥିଲେ ଗାନ୍ଧୀ

ଗାନ୍ଧିଜୀ ଯେଉଁ କାମଟି କରୁଥିଲେ ତା’କୁ ମନପ୍ରାଣ ଦେଇ କରୁଥିଲେ । ସାନ ବଡ଼ କାମ ଭେଦଭାବ ତାଙ୍କର ନଥିଲା । ଏହାର ଏକ ଚମକ୍ରାର ଦୃଷ୍ଟାନ୍ତ ଦେଖିବାକୁ ଆର୍ଟେନବର୍ଗଙ୍କ “ଗାନ୍ଧି’ ଚଳଚ୍ଚିତ୍ରରେ ଦେଖିବାକୁ ମିଳେ । ଦିନେ ସ୍ୱାଧୀନତା ଆନ୍ଦୋଳନର ଏକ ଜରୁରୀ ସମସ୍ୟା ବିଷୟରେ ପରାମର୍ଶ ନେବାକୁ ପଣ୍ଡିତ ଜବାହାରଲାଲ ନେହରୁ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସହିତ ଆଉ କିଛି ନେତା ଗାନ୍ଧିଜୀଙ୍କ ଆଶ୍ରମକୁ ଆସିଥିଲେ । ସମସ୍ତେ ତାଙ୍କ ସହିତ ଆଲୋଚନା କରିବାକୁ ବ୍ୟଗ୍ର ଥିଲେ । ମାତ୍ର ବାପୁ ସେତେବେଳେ ଗୋଟିଏ ଛେଳିଛୁଆର ଛୋଟା ଗୋଡ଼ରେ ଚେରମୂଳ ଦେଇ ପଟି ଭିଡ଼ିବାରେ ବ୍ୟସ୍ତ ଥିଲେ । ଆଉ ଛୋଟ ଝିଅଟିଏ ତାଙ୍କୁ ସାହାଯ୍ୟ କରୁଥିଲା । ସେ ଏହି କାମରେ ଏପରି ଏକନିଷ୍ଠ ଚିତ୍ତରେ ଲାଗି ପଡ଼ିଥିଲେ ଯେ ତାଙ୍କର ଏକାଗ୍ରତା ଭାଙ୍ଗିବାକୁ କେହି ସାହସ କରି ନଥିଲେ । କିନ୍ତୁ ଅପେକ୍ଷା କରିବାକୁ ସେମାନଙ୍କର ଧୈଯ୍ୟ ବି ନଥିଲା । ବାପୁ ସମସ୍ତଙ୍କୁ ଦେଖୁଥିଲେ, କିନ୍ତୁ କିଛି କହୁ ନଥିଲେ କି କାମ ବନ୍ଦ କରୁ ନଥିଲେ । ଛେଳିଛୁଆ ଗୋଡ଼ରେ ପଟି ଭିଡ଼ିବା ପରେ ସେ ସମସ୍ତଙ୍କ ସହିତ ଆଲୋଚନା କରିଥିଲେ । ଏହି ଦୃଶ୍ୟଟିକୁ ଶରତ କୁମାର ମହାନ୍ତି ତାଙ୍କ ପୁସ୍ତକ “ଗାନ୍ଧି ମଣିଷ’ରେ ବର୍ଣ୍ଣନା କରି ଲେଖିଛନ୍ତି ଯେ ଭାରତର ସ୍ୱାଧୀନତା ସମସ୍ୟା ଓ ଛେଳିଛୁଆର ଆରୋଗ୍ୟ ଲାଭ- ଏ ଦୁଇଟି ମଧ୍ୟରୁ କୌଣସିଟି ବାପୁଙ୍କ ପକ୍ଷରେ କମ୍ ଗୁରୁତ୍ୱପୂର୍ଣ୍ଣ ନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ