ପୁଣୀ ଚିତାମ୍ବରମଙ୍କୁ ମିଳିଲା ନାହିଁ ଜାମିନ୍
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ତିହାର ଜେଲରେ ବନ୍ଦୀ ଭାବେ କାଳ କାଟୁଥିବା ଚିତାମ୍ବରମଙ୍କୁ ପୁଣୀ ଥରେ ନିରାଶ ହେବାକୁ ପଡିଛି । ସେ ନିଜର ଜାମିନ୍ ପାଇଁ ଦିଲ୍ଲୀକୋର୍ଟରେ ଜାମିନ ଆବେଦନ କରିଥିଲେ । କିନ୍ତୁ ଚିତାମ୍ବରମ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିପାରନ୍ତି ବୋଲି ହାଇକୋର୍ଟ ଆଶଙ୍କା କରିଛନ୍ତି । ଆଜି ଦିଲ୍ଲୀ ହାଇକୋର୍ଟରେ ଚିତାମ୍ବରମଙ୍କ ଓକିିଲ ଜୋରଦାର ଜାମିନ ପାଇଁ ପ୍ରୟାସ କରିଥିଲେ । କିନ୍ତୁ ସିବିଆଇ ଏହାକୁ ପୁରା ବିରୋଧ କରିଥିଲେ । ଗୃହମନ୍ତ୍ରୀ ଚିତାମ୍ବରମ ସାକ୍ଷୀ ମାନଙ୍କୁ ପ୍ରଭାବିତ କରି କୈାଣସି ପ୍ରମାଣ ନଷ୍ଟ କରିପାରିବେ ନାହିଁ । କିନ୍ତୁ ଚିତାମ୍ବରମ ପୁଣୀ ଥରେ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିପାରିବେ ବୋଲି ଆଶଙ୍କା କରାଯାଇଥିବାରୁ କୋର୍ଟ ତରଫରୁ ଜାମିନକୁ ଖାରଜ କରାଯାଇଛି ।