ଜନ ଅଦାଲତରେ ସରକାରଙ୍କୁ ପ୍ରଶ୍ନ କରିବେ ସାଧାରଣ ଜନତା

ଭୁବନେଶ୍ୱର : ସୋମବାର ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳିରେ ଜନ ଅଦାଲତ କରାଯିବ। ଏହି ଅଦାଲତରେ ସ୍ଥାନୀୟ ଲୋକମାନେ ସରକାରଙ୍କୁ ପ୍ରଶ୍ନ କରିବେ। ଅଦାଲତରେ ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କୁ ଡ଼କାଯିବ। ଲୋକମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିବେ। ଆଜି ବ୍ରହ୍ମପୁର, ପୁରୀ, କଳାହାଣ୍ଡିରେ ଅଦାଲତର ଆୟୋଜନ କରାଯିବ ବୋଲି ବିଜେପିର ଉପସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ସୂଚନା ଅନୁଯାୟୀ, ମଙ୍ଗଳବାର ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ସମ୍ବଲପୁରରେ ଏହି ଅଦାଲତର ଆୟୋଜନ କରାଯିବ ବୋଲି ଜଣାପଡ଼ିଛି। ଏହା ପରେ ୧୩ ତାରିଖ ଦିନ ଢେଙ୍କାନାଳ, ନବରଙ୍ଗପୁର, କେନ୍ଦୁଝର, ୧୪ ତାରିଖରେ ବରଗଡ଼, କଟକ, କନ୍ଧମାଳ, ୧୫ ତାରିଖରେ ବାଲେଶ୍ୱର, କୋରାପୁଟ, ସୁନ୍ଦରଗଡ଼, ୧୬ରେ ଭଦ୍ରକ, ବଲାଙ୍ଗୀର, ୧୭ରେ ଭୁବନେଶ୍ୱର, ଯାଜପୁର, ଜଗତସିଂହପୁରରେ କରାଯିବ। ଏଭଳି ୨୧ଟି ସ୍ଥାନରେ ଏହି ଜନ ଅଦାଲତ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ