ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ପୁଷ୍ପାବେଣୀଙ୍କ ବିୟୋଗରେ ଭକ୍ତିସଂଗୀତ ସଂସଦର ଶ୍ରଦ୍ଧାଞ୍ଜଳୀ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତିସଂଗୀତ ସାଂସଦ ତରଫରୁ ସୂପ୍ରସିଦ୍ଧ କଣ୍ଠଶିଳ୍ପୀ ପୁଷ୍ପାବେଣୀ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇ ଏକ ସ୍ମୃତିଚାରଣ ସଭା ସମାପନ ହୋଇଯାଇଛି । ବରିଷ୍ଠ ଶିକ୍ଷାବିତ ବିଚିତ୍ରାନନ୍ଦ ବ୍ୟବର୍ତ୍ତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିଚାରଣ ସଭାରେ ରଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସ୍ୱର୍ଗତ ପୁଷ୍ପାବେଣୀଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଭକ୍ତିସଂଗୀତ ସଂସଦର ମୁଖ୍ୟ ପୂର୍ଣ୍ଣ ଚନ୍ଦ୍ର ରଥ,ରାଜେନ୍ଦ୍ର ରଥ,ଭଗବତ ପାଢୀ,ଆଶାଲତା ପାଣିଗ୍ରାହୀ,ଗୁରୁୁ ରଘୁନାଥ ପାତ୍ର,ତ୍ରିପତି ପଣ୍ଡା,ବାବାଜି ବେହେରା,ସ୍ନିଗ୍ଧା ମିଶ୍ର,କୈଳାସ ପଟ୍ଟନାୟକ,ଜଗଦୀଶ ମହାପାତ୍ର,ଗୋପାଳ ସତପଥୀ,ଗୋପାଳଡାକ୍ତର ମୁର୍ମୁ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପୁଷ୍ପାବେଣୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ତାଙ୍କର ବିବିନ୍ନ ପ୍ରତିଭା ନେଇ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ