ତାରାତାରିଣୀ ସାହିତ୍ୟ ସଂସଦ ର ସାହିତ୍ୟ ସଭା
ସୋରଡ଼ା,(ରଜନୀ କାନ୍ତ ମହାପାତ୍ର): ଆଜି ଇଂରାଜୀ ତା ୧୦-୧୨-୨୦୨୦ ରିଖ ଗୁରୁବାର ଦିନ ତାରାତାରିଣୀ ସାହିତ୍ୟ ସଂସଦର ପ୍ରଥମ ସାହିତ୍ୟ ସଭା ତଥା ଆଲୋଚନା ଚକ୍ର ଏବଂ ସାହିତ୍ୟ ଆସର ସଭାପତି ଡକ୍ଟର ପ୍ରକାଶ ଚନ୍ଦ୍ର ଦାଶ ଙ୍କ ସଭାପତିତ୍ୱ ରେବ୍ରହ୍ମପୁର ସ୍ଥିତ \”ବ୍ରହ୍ମା ନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ\” ପରିସରରେ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି ଅସରକୁ ପ୍ରତିଷ୍ଠାତା ଡାକ୍ତର ପ୍ରଦୀପ ଚନ୍ଦ୍ର ସିଂହ ଉଦଘାଟନ କରି ଲୋକାର୍ପଣ କରିଛନ୍ତି | ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗବେଷକ ଡ଼କ୍ଟର ପ୍ରଦୀପ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଗବେଷକ ଶ୍ରୀ ଭେଙ୍କଟ ବିହାରୀ ପ୍ରହରାଜ ଏବଂ ଆଲୋଚକ ଭାବେ ଶିକ୍ଷାବିତ୍ ବିଦୁଷୀ ଲୋପା ସାମଲ ଯୋଗଦେଇ ସାମ୍ପ୍ରତିକ ସ୍ଥିତି ରେ ଶିଶୁ ସାହିତ୍ୟ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ | ଉକ୍ତ ସଭା ସକାଳ ୧୦.୩୦ ମିନଟ ସମୟରେ ଉପଯୁକ୍ତ କୋଭିଡ ନିୟମ କୁ ପାଳନ କରି ଅନୁଷ୍ଠିତ ହୋଇଥିଲା | ଉକ୍ତ ସଭାର ଦିତ୍ୱୀୟ ଅଧିବେଶନ ରେ କବିତା ପାଠୋତ୍ସବ ଉପସଭାପତି ଶ୍ରୀ ଭାସ୍କର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା | କବିତା ପାଠୋତ୍ସବ ରେ ସମସ୍ତ କବି , କବୀ ନିଜ ନିଜର ସ୍ୱରଚିତ କବିତା ଗୁଡିକ ପାଠ କରିଥିଲେ |ସଂଯୋଜିକା ସୁଜାତା ଶତପଥି କବିତା ଗୁଡିକୁ ସଂଯୋଜନା କରିବା ସହିତ କବି ଶ୍ରୀ ପ୍ରଫୁଲ୍ଲ ତ୍ରିପାଠୀ ଦ୍ଵିତୀୟ ଅଧିବେଶନ ର ସମ୍ମାନିତ ଅତିଥି ରୂପେ ଯୋଗଦେଇ କବିତା ଗୁଡିକୁ ସମୀକ୍ଷା କରିଥିଲେ| ଶେଷରେ ସଂସଦର କାର୍ୟ୍ୟକାରୀ ସଭାପତି ଶିକ୍ଷାବିତ୍ କବି ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରି ସଭାକାର୍ୟ୍ୟ ସମାପ୍ତ କରିଥିଲେ | ପରିଶେଷରେ ଶ୍ରୀ ଜଗନ୍ନାଥ ଙ୍କ ପ୍ରସାଦ ସେବନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା କ୍ଷ ଏହି ତାରାତାରିଣୀ ସାହିତ୍ୟ ସାଂସଦ ରେ ପ୍ରାୟ ପଞ୍ଚତିରିଶି ରୁ ଉର୍ଦ୍ଧ କବି ଯୋଗଦାନ କରି ମଞ୍ଚର ଶୋଭାବର୍ଦ୍ଧନ କରିଥିଲେ |


