୫ ଦିନ ହେଲା ନାବାଳିକା ନିଖୋଜ ; ଅପହରଣ ଅଭିଯୋଗ କଲେ ନାବାଳିକାଙ୍କ ମାଆ

ଦିଗପହଣ୍ଡି,(ୱାଇଏନ୍ଏସ୍) ଦିଗପହଣ୍ଡି ବ୍ଳକ ବଡ଼ ଡୁମ୍ବୁଳା ପଞ୍ଚାୟତ ଅଧୀନ ଏକ ଗାଁ ରୁ ଜଣେ ନାବାଳିକା ୫ ଦିନ ହେଲା ନିଖୋଜ ଅଛନ୍ତି।ପରିବାର ଲୋକେ ଆଖପାଖ ଗାଁ ରେ ରହୁଥିବା ବନ୍ଧୁ ବାନ୍ଧବ ସମ୍ପର୍କୀୟ ଙ୍କ ଘର ସମେତ ବ୍ରହ୍ମପୁର , ଭୁବନେଶ୍ୱର , ଇଛାପୁର ପ୍ରଭୃତି ଅଞ୍ଚଳ କୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିଲାନାହିଁ।ତାଙ୍କୁ କୌଣସି ବ୍ୟକ୍ତି ଗତ ଶୁକ୍ରବାର ସନ୍ଧ୍ୟାରୁ କୌଶଳକ୍ରମେ ଅପହରଣ କରି ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗାଁ ଲୋକଙ୍କ ପରାମର୍ଶ କ୍ରମେ ନାବାଳିକା ଙ୍କ ମାଆ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇ ଆଇ ସି ବସନ୍ତ କୁମାର ସେଠୀ ଥାନା ମାମଲା ନଂ. ୨୯୬/୨୦ ଦଫା – ୩୬୩ ଆଇ ପି ସି ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ପୋଲିସ ଟିମ୍ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢ଼ାଉ କରିଥିଲେ ମଧ୍ୟ ଅପହୃତା ନାବାଳିକାଙ୍କ ସମ୍ପର୍କରେ କୌଣସି ସୁରାକ ମିଳିପାରିନଥିବା ଆଇ ଆଇ ସି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ