ବେଆଇନ ବାଲିବୋଝେଇ ଟ୍ରାକ୍ଟରକୁ ଜବତ କଲା ଜାମଦା ତହସିଲ,୧୦,୧୨୦ ଟଙ୍କା ଜୋରିମାନା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ତହସିଲ ଅଂଚଳରେ ବ୍ଯାପକ ବେଆଇନ ବାଲି ଉତ୍ତୋଳନ,ପରିବହନ ଓ ବାହାର ରାଜ୍ୟକୁ ଚାଲାଣ ହେଉଛି । ନିଲାମ ବିହୀନ ବାଲିଘାଟରୁ ଦୈନନ୍ଦିନ ବାଲି ଚୋରା ଚାଲାଣ ଚାଲିଛି ।ଯାହାକି ପ୍ରଶାସନ ଜାଣି ଅଜଣା ହେଉଛି ।ଏହା ଉପରେ ମୟୂରଭଂଜ ଜିଲ୍ଲା ରାଜସ୍ବରେ କୋଟି କୋଟି ଟଙ୍କା ରାଜସ୍ବ କ୍ଷତି ଘଟୁଛି ।ଅସାଧୁ କର୍ମଚାରୀ ଏବଂ ଚୋରା ବାଲିମାଫିଆଙ୍କ ମିଲି ଭଗତ ଚାଲିଛି ।ଏମାନଙ୍କ ଉପରେ ଜିଲ୍ଲା ରାଜସ୍ବ ପ୍ରଶାସନର ଅଙ୍କୁଶ ନାହିଁ ।ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।ଖାଲି କାଁ ଭାଁ କେତେବେଳେ କେମିତି ଚଢ଼ାଉ କରାଯାଉଛି ।ସୂଚନାଯୋଗ୍ୟ ଯେ ମୟୂରଭଂଜ ଜିଲ୍ଲାର ଜାମଦା ତହସିଲ ପକ୍ଷରୁ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ତହସିଲ କର୍ମଚାରୀ ଡୁମାର ଛକରେ ଏକ ବାଲି ବାଝେଇ ଟ୍ରାକ୍ଟରକୁ ଜବତ କରି ୧୦,୧୮୦ଟଙ୍କା ଜୋରିମାନା ଆଦାୟ କରିଛନ୍ତି ।


