ଦୁନିଆର ସବୁଠାରୁ ସୁଖୀ ଦେଶ ଫିନ୍ଲାଣ୍ଡ୍
ଦୁନିଆର ସୁଖୀ ଦେଶ ତାଲିକା ପ୍ରକାଶ ପାଇଛି। ଏଥିରେ ୧୫୬ ଦେଶ ମଧ୍ୟରେ ଫିନ୍ଲାଣ୍ଡ୍ ପୁଣିଥରେ ପ୍ରଥମ ସ୍ଥାନ ହାସଲ କରିଛି। ଜାତିସଂଘର ସଷ୍ଟେନବୁଲ୍ ଡେଭଲପ୍ମେଣ୍ଟ୍ ସୁଲ୍ୟସନ୍ ନେଟ୍ଓ୍ବାର୍କ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଡେନମାର୍କ ରହିଛି। ତାଲିକାର ତୃତୀୟ ସ୍ଥାନରେ ନରଓ୍ବେ ଅଛି। ଏଥିରେ ଭାରତ ୧୪୦ତମ ସ୍ଥାନରେ ରହିଛି। ପୂର୍ବବର୍ଷଠାରୁ ଭାରତ ତାଲିକାରେ ୭ ସ୍ଥାନ ତଳକୁ ଖସି ଆସିଛି। ଭାରତରେ ସୁଖୀଲୋକଙ୍କ ସଂଖ୍ୟା ଧୀରେଧୀରେ କମୁଥିବା ରିପୋର୍ଟରେ ଦର୍ଶାଯାଇଛି। ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଏହା ହେଉଥିବା କୁହାଯାଉଛି। ତାଲିକାର ପ୍ରଥମ ୧୦ଟି ସୁଖୀ ଦେଶ ମଧ୍ୟରେ ୭ଟି ୟୁରୋପୀୟ ଦେଶ ରହିଥିବାବେଳେ ପ୍ରଥମ ୨୦ଟି ଦେଶ ମଧ୍ୟରେ ଏସିଆର କୌଣସି ଦେଶ ନାହିଁ। ତାଲିକାରେ ପାକିସ୍ତାନ ୬୭ ସ୍ଥାନରେ ରହିଛି। ଏଠାକାର ଲୋକେ ଭାରତ ତୁଳନାରେ ଅଧିକ ସୁଖୀ ଥିବା ରିପୋର୍ଟରେ ପ୍ରକାଶ ପାଇଛି। ଭାରତ ଉପରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିବା ଯୁଦ୍ଧଖୋର୍ ପାକିସ୍ତାନ ଗତ ଥର ମଧ୍ୟ ତାଲିକାରେ ଆଗରେ ଥିଲା। ଆମେରିକା ଆର୍ଥିକ ଦୃଷ୍ଟିରୁ ବିକଶିତ ଥିଲେ ମଧ୍ୟ ଏଠାରେ ସୁଖୀଙ୍କ ସଂଖ୍ୟା କମ୍ ଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ଦକ୍ଷିଣ ସୁଦାନ କମ୍ ସୁଖୀ ଦେଶ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। କମ୍ ସୁଖୀ ଦେଶ ମଧ୍ୟରେ ଆଫ୍ରିକା, ଆଫଗାନୀସ୍ତାନ, ତାଞ୍ଜାନିଆ, ସିରିଆ ଆଦି ଦେଶ ରହିଛି।