ଭୁବନେଶ୍ଵରର ଯୌନକର୍ମୀ ମାନେ ଆଇନ ସଚିବଙ୍କୁ ଭେଟିବେ

ଭୁବନେଶ୍ଵର,(ୱାଇଏନ୍ଏସ୍): ସରକାର ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ଗ୍ରହଣ କରି କିନ୍ନର ମାନଙ୍କ କଲ୍ୟାଣ ପାଇଁ ବଜେଟରେ ଅର୍ଥ ବରାଦ୍ କରିଥିବାରୁ, ଏଥିପାଇଁ ସରକାରଙ୍କୁ ସବୁ ସ୍ତରରେ ସ୍ଵାଗତ କରାଯାଇଛି । କିନ୍ତୁ ଦୁଃଖର ବିଷୟ ଯୌନକର୍ମୀ ମାନଙ୍କର କଲ୍ୟାଣ ପାଇଁ ସରକାରଙ୍କର ତରଫରୁ ଏଯାବତ୍ ବଜେଟରେ ଅର୍ଥ ବରାଦ୍ କରାଯାଇ ନ।ହିଁ । କୋଭିଡ- ୧୯ ସମୟରେ ସରକାର ସବୁ ବର୍ଗର ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା କାର‌୍ୟ୍ୟକାରୀ କରିଥିଲେ ମଧ୍ୟ ଏହି କୋଭିଡ – ୧୯ ସମୟରେ ଯୌନକର୍ମୀ ମାନଙ୍କୁ କୌଣସି ସହାୟତାର ହାତ ବଢାଇ ନାହାନ୍ତି । ଏହି ମହାମାରୀ ସମୟରେ ଯୌନକର୍ମୀ ମାନେ ଅତି ଦୁର୍ଦ୍ଦିନ ଦେଇ ସମୟ ଅତିକ୍ରାନ୍ତ କରୁଥିବାରୁ କଲିକତାର ଏକ ସ୍ଵେଚ୍ଛାସେବୀ ସଂଗଠନ ଦରବାର ମହିଳା ସମନ୍ଵୟ କମିଟି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରି ଯୌନକର୍ମୀଙ୍କୁ ମାସିକ ଶୁଖିଲା ଖାଉଟି ସାମଗ୍ରୀ ଯୋଗାଇଦେବା ସହିତ ମାସକୁ ଟ. ୫୦୦୦ ଙ୍କ। ଦେବା ପାଇଁ ପ୍ରାର୍ଥନ। କରିଥିଲେ । ମାନ୍ୟବର ସର୍ବୋଚ୍ଚ ନ୍ୟାୟ।ଳୟ ରୁଜୁ ହୋଇଥିବା ଆବେଦନକୁ ବିଚାରକୁ ନେଇ ନିର୍ଦ୍ଦେଶ ଦେଇଥିଲେ ଯେ, କୋଭିଡ-୧୯ ଯୋଗୁଁ ସାଧାରଣ ଜୀବନ ଯାପନ ଗୁରୁତର ଭାବେ ବ୍ୟାଘାତ ଘଟିଛି । ଏହି କୋଭିଡ-୧୯ ସମୟରେ ଯୌନକର୍ମୀ ମାନଙ୍କର ଜୀବନ ଧାରଣ କରିବାରେ ଅତିଶୟ ଭାବରେ କ୍ଷତି ଘଟିଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅସହାୟ ମାନଙ୍କ ପାଇଁ ଏହି ସମୟରେ ବିଭିନ୍ନ ଯୋଜନା କାର‌୍ୟ୍ୟକାରୀ କରିଥିଲାବେଳେ ଯୌନକର୍ମୀ ମାନଙ୍କ ପାଖରେ ପହଞ୍ଚି ପାରିନାହାନ୍ତି । ଏହି ଘଟଣାକୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟ।ଳୟ ଗୁରୁତର ସହିତ ବିଚାରକୁ ନେଇ ଗତ ତା- ୨୮.୦୯.୨୦୨୦ ରିଖରେ ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ ଦ୍ଵାରା ଚିହ୍ନଟ କରାଯାଇଥିବା ଯୌନକର୍ମୀ ମାନଙ୍କୁ ବୀନା ପ୍ରମାଣ ପତ୍ରରେ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ପାଇଁ ମାନ୍ୟବର ସର୍ବୋଚ୍ଚ ନ୍ୟାୟ।ଳୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏଥିପାଇଁ ଜିଲ୍ଲା ଆଇନ ସେବା କର୍ତ୍ତୁପକ୍ଷଙ୍କୁ ବିନା ପ୍ରମାଣ ପତ୍ରରେ ଯୌନକର୍ମୀ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ଆବଣ୍ଟନ କରିବା ପାଇଁ ସହାୟତା କରିବାକୁ ପଦକ୍ଷେପ ଗ୍ରହଣ କରିବ।କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶଥାଉ କି, ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କର ନିର୍ଦ୍ଦେଶରେ ଯୌନକର୍ମୀ ମାନଙ୍କୁ ବୀନା ପ୍ରମାଣ ପତ୍ରରେ ଖାଉଟି ସାମଗ୍ରୀ ଦେବା ପାଇଁ ଆଦେଶ ଦେଇଥିଲା ବେଳେ ଓଡିଶା, ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟି ଖାଉଟି ସାମଗ୍ରୀ ଯୋଗାଣ ନିମନ୍ତେ ଯୌନକର୍ମୀ ମାନଙ୍କର ବ୍ୟକ୍ତିଗତ ସୂଚନା ଦେବା ଓ ଖାଉଟି ସାମଗ୍ରୀ ନେବାକୁ ଇଛୁକ ଥିବା ଆଦି ସମ୍ପର୍କରେ ସମ୍ମତି ପ୍ରଦାନ କରିବାକୁ ପ୍ରଦାନ କରାଯାଇଥିବା ଏକ ଫର୍ମ ପୂରଣ କରି ଦେବାପାଇଁ ରାଜ୍ୟରେ ଏଡସ୍ ନିୟନ୍ତ୍ରଣ ପାଇଁ ପରିଚାଳିତ ପ୍ରକଳ୍ପ ନିର୍ଦ୍ଦେଶ ମାନଙ୍କୁ ଚିଠି ଲେଖିଛନ୍ତି । ଏହା ସର୍ବୋଚ୍ଚ ନ୍ୟାୟାଳୟଙ୍କର ଆଦେଶର ଉଲ୍ଲଂଘନ ହେବ ସହିତ ଓ ଆଦେଶର ଅବମାନନା ମଧ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ