ନିୟନ୍ତ୍ରଣାଧିନ କରୋନା , କୋଭିଡ କେୟାର ସେଣ୍ଟର ବନ୍ଦ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଧିନ ୨୩ଗୋଟି ପଞ୍ଚାୟତ ଅଞ୍ଚଳରେ ସରପଞ୍ଚ ମାନଙ୍କ ଦ୍ୱାରା ପ୍ରାୟ ୫୦ଗୋଟି କୋଭିଡ କେୟାର ସେଣ୍ଟର ନିର୍ମାଣ କରାଯାଇଥିଲା । ବିଶେଷକରି ପ୍ରବାସୀ ମାନଙ୍କୁ ଉକ୍ତ ସେଣ୍ଟରରେ ରଖାଯାଇଥିଲା । ଧିରେଧିରେ ପଞ୍ଚାୟତ ସ୍ତରୀୟ କୋଭିଡ ସେଣ୍ଟର ବନ୍ଦ ହେବା ପରେ କିଛିଦିନ ପାଇଁ ଜୋନ ସ୍ତରୀୟ କୋଭିଡ ସେଣ୍ଟର ଖୋଲାଯାଇଥିଲା । ନାଆମୀ, ସରସଦା, କୁଲଣା ଓ ରହଣିଆ ଠାରେ କେନ୍ଦ୍ର ଖୋଲାଯାଇ ପ୍ରବାସୀ ମାନଙ୍କୁ ରଖାଯାଉଥିଲା । ପରିଶେଷରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୋନ ସ୍ତରୀୟ କେନ୍ଦ୍ର ବନ୍ଦ ହେବା ପରେ ବ୍ଲକ ସ୍ତରୀୟ କୋଭିଡ କେୟାର ସେଣ୍ଟର କହରାପୋଖରୀ ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଠାରେ ଖୋଲାଯାଇଥିଲା । ତାହା ମଧ୍ୟ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ସମୟ ହେବ ବନ୍ଦ ହୋଇଗଲାଣି । ଯଦିଓ କରୋନାର ପ୍ରଭାବ ଏବେ ସୁଦ୍ଧା ଲାଗି ରହିଛି । କିନ୍ତୁ ବ୍ଲକ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣାଧିନ ଥିବା ଜଣାଯାଇଛି । ଗତ ଏପ୍ରିଲ ମାସ ଠାରୁ ବିଭିନ୍ନ ସ୍ଥାନରେ ୭୬୬୪ଜଣ ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଯାଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ୬ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ସମସ୍ତ ଟେଷ୍ଟ ହୋଇଥିବାବେଳେ ଅସ୍ଥାୟୀ ସଂଗରୋଧ କେନ୍ଦ୍ରରେ ମଧ୍ୟ କରୋନା ଟେଷ୍ଟ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର ନିୟମିତ କର୍ମଚାରୀଙ୍କୁ ଛାଢିଦେଲେ ୯୦ଦିନ ପାଇଁ ୨୩ଜଣ ଅସ୍ଥାୟୀ ଏଏନଏମ ମଧ୍ୟ କରୋନା ଟେଷ୍ଟରେ ନିଯୁକ୍ତି ହୋଇଥିଲେ । ସେମାନଙ୍କୁ ମଧ୍ୟ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିବା ବେଳେ ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ ହେବା କରୋନା ଅନେକାଂଶରେ ନିୟନ୍ତ୍ରଣାଧିନ ଥିବା ସୂଚିତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ