ପୁଲିସ ଦ୍ୱାରା ହଜିଯାଇଥିବା ମୋବାଇଲ ଉଦ୍ଧାର

ଧାମନଗର  (ଓ୍ବାଇଏନଏସ): ଧାମନଗର ପୋଲିସର ତତ୍ପରତା ଓ ସଫଳତା ଏବଂ କାର୍ଯ୍ୟଦକ୍ଷତାର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି। ହଜିଯାଇଥିବା ମୋବାଇଲକୁ (ସି.ଈ.ଆଇ. ଆର)ପୋର୍ଟାଲ ମାଧ୍ୟମରେ ମାତ୍ର ଦୁଇ ଦିନରେ ଠାବ କରି ଉଦ୍ଧାର କରିଛନ୍ତି। ଶନିବାର ସନ୍ଧ୍ୟାରେ ଧାମନଗର ଥାନା ଏସଆଇ ନାରାୟଣ ନାୟକ କାଗଜପତ୍ର ତଦନ୍ତ କରି ଉଦ୍ଧାର ହୋଇଥିବା ମୋବାଇଲ ଫୋନଟି ଅଭିଯୋଗ କରିଥିବା ଵ୍ୟକ୍ତି ନଗେସ ଭାରତଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ମୋବାଇଲ ଫୋନଟି ଗତ ମାସ ୨୫ତାରିଖରେ ପରିବା ହାଟରେ ହଜିଯାଇଥିଲା। ନିଜର ହଜିଯାଇଥିବା ମୋବାଇଲ ଫୋନ ଫେରି ପାଇବା ପରେ ନଗେସ ଭାରତ ଖୁସି ବ୍ୟକ୍ତ କରିବା ସହିତ ଆଇଆଇସି ଶୁଭ୍ରଜିତ ଦାଶ ଏବଂ ସବ୍-ଇନ୍ସପେକ୍ଟର ନାରାୟଣ ନାୟକଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି। ସାଧାରଣ ଲୋକଙ୍କୁ (ସି.ଈ.ଆଇ.ଆର) ପୋର୍ଟାଲ ମାଧ୍ୟମରେ ହଜିଥିବା ମୋବାଇଲ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ଚିହ୍ନଟ ପରେ ମୋବାଇଲ ଫେରାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ଜନସେବା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି। ତେବେ ଯଦି କୌଣସି ବ୍ୟକ୍ତିର ମୋବାଇଲ ହଜିଯାଏ ତାହେଲେ ସଙ୍ଗେ ସଙ୍ଗେ ଥାନାରେ ଲିଖିତ ଭାବରେ ଜଣାଇଲେ ଯଥାଶୀଘ୍ର ମୋବାଇଲ ଫେରି ପାଇବେ ବୋଲି ଏସଆଇ ଶ୍ରୀ ନାୟକ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ