ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟକୁ ବିରୋଧ

ଧାମନଗର (ଓ୍ବାଇଏନଏସ): ମୁସଲିମ ସମ୍ପ୍ରଦାୟର ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ଉପରେ ନାଜିଆ ଏଲାହି ଖାନ ନାମକ ଜଣେ ବ୍ୟକ୍ତି ଆପତ୍ତିଜନକ ଏବଂ ବିବାଦୀୟ ମତବ୍ୟ ଦେଇଥିବାର ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଦୃଷ୍ଟିକୁ ଆସିଥିଲା। ସାରା ଦେଶରେ ଏହି ବିବାଦୀୟ ମନ୍ତବ୍ୟ ଗୁଡ଼ିକ ମୁସଲିମ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ଗଭୀର ଦୁଃଖ ଓ କ୍ଷୋଭ ଏବଂ ଆକ୍ରୋଶ ସୃଷ୍ଟି କରିଛି। ଯାହାକୁ ନେଇ ଖାନକା ଉର୍ସ କମିଟି ତରଫରୁ ଶନିବାର ଦିନ ପ୍ରାୟ ଗୋଟାଏ ୪୫ ମିନିଟ ସମୟରେ ଧାମନଗର ଖାନକା ସରିଫ ମତ୍ତ୍ୱଲ୍ଲି ଏବଂ ସଜ୍ଜାଦା ନସିନ୍ ସୟଦ୍ ହବିବ ରଜା ହବିବିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଥାନାରେ ପହଞ୍ଚି ଆଇଆଇସି ଶୁଭ୍ରଜିତ ଦାଶଙ୍କୁ ନାଜିଆ ଏଲାହି ଖାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ସୟଦ ମୁସ୍ତାଫା ରଜା ହବିବି,ସେକ ଗୋଲାମ ଅଲ୍ଲୀ ହବିବି, ମୌଲାନା ଇଲିୟାସ, ସେକ ଜାଫର ଅଲ୍ଲୀ,ସେକ ହମିଦ,ସେକ କୁରବାନ,ସେକ ଲାଲୋ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ