ବିପୁଳ ପରିମାଣରେ ଗଞ୍ଜେଇ ଗଛ ନଷ୍ଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ପେଟେଇଗୁଡା ଗ୍ରାମାଞ୍ଚଳରେ ୧ଲକ୍ଷ ୬୦ହଜାର ୨୦ଗୋଟି ଗଞ୍ଜେଇ ଗଛ ମିଳିତ ଚଢାଉ ଦ୍ୱାରା ଜବତ କରାଯାଇ ନଷ୍ଟ କରାଯାଇଛି । ପ୍ରାୟ ୮୦.୦୧ ଏକର ଅଞ୍ଚଳରେ ଏହି ଗଞ୍ଜେଇ ଚାଷ କରାଯାଇଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ୧୬କୋଟି ୨୦ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏହି ମିଳିତ ଚଢାଉରେ ପୋଲିସ, ଅବକାରୀ, ରାଜସ୍ୱ ଏବଂ ବନବିଭାଗର କର୍ମଚାରୀମାନେ ଉପସ୍ଥିତଥିଲେ । ଏହି ଚଢାଉ ସମୟରେ ନୂଆଗଡ ବ୍ଲକର ଅତିରିକ୍ତ ତହସିଲଦର ଆଷିଷ କୁମାର ପ୍ରଧାନ, ରାଜସ୍ୱ ନିରୀକ୍ଷକ ସୁଶାନ୍ତ କୁମାର ଗମାଙ୍ଗ ପ୍ରମୁଖଙ୍କ ସହ ଅନ୍ୟନ୍ୟ କର୍ମଚାରୀମାନେ ଉପସ୍ଥିତଥିଲେ ।


